ରେଲୱେ ଷ୍ଟେସନରେ No See Off, ନିଜ ଲୋକଙ୍କୁ ଛାଡିବାକୁ ଯାଇପାରିବେ ନାହିଁ ଷ୍ଟେସନ

Published By : Prameya-News7 Bureau | June 16, 2020 IST

ଜବଲପୁର ୧୬/୦୬ : କରୋନା ସଂକ୍ରମଣକୁ ବ୍ରେକ ଲାଗୁନାହିଁ | ଲକଡାଉନ ସତ୍ତ୍ୱେ ସଂକ୍ରମଣ ବଢି ଚାଲିଛି | ଏହିଭଳି ପରିସ୍ଥିତିରେ ଆପଣ ନିଜ ସମ୍ପର୍କୀୟ କିମ୍ବା ବନ୍ଧବାନ୍ଧବଙ୍କୁ ଛାଡିବାକୁ ରେଲ୍ୱେ ଷ୍ଟେସନ ଯାଇପାରିବେ ନାହିଁ | ଷ୍ଟେସନରେ କେବଳ ସେହିମାନଙ୍କୁ ଏଣ୍ଟ୍ରି ମିଳିବ ଯେଉଁମାନଙ୍କ ପାଖରେ କନଫର୍ମ ଟିକେଟ ଅଛି | ତାଛଡା ଆଉ କାହାକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ | ପଶ୍ଚିମ ରେଳବାଇ ଏନେଇ ସୂଚନା ଦେଇଛନ୍ତି ଏବଂ କାର୍ଯ୍ୟକାରୀ ଆରମ୍ଭ କରିଛନ୍ତି | ଷ୍ଟେସନରେ ଅଯଥା ଭିଡ ଏବଂ କରୋନା ସଂକ୍ରମଣରୁ ରକ୍ଷା ପାଇଁ ଏହିଭଳି ପଦକ୍ଷେପ ନିଆଯାଇଛି ଯେପରିକି ସାମାଜିକ ଦୂରତା ପାଳନ କରାଯାଇପାରିବ |

{"id":287074,"width":574,"height":382,"sizeSlug":"large"}

ଯାତ୍ରୀଙ୍କ ସହିତ ଆସୁଥିବା ପରିଚିତ ଏବଂ ସମ୍ପର୍କୀୟଙ୍କୁ ବର୍ତ୍ତମାନ ଷ୍ଟେସନରେ ପ୍ରବେଶ ନିଷେଧ କରାଯିବ | ପଶ୍ଚିମ ରେଲୱେ ଜୋନ ଏ ସମ୍ପର୍କରେ ଆଦେଶ ଜାରି କରିଛନ୍ତି ଏବଂ ଦୃଢର ସହ ଏହି ନିୟମ ପାଳନ କରିବାକୁ ଆଦେଶ ଦିଆଯାଇଛି | ପଶ୍ଚିମ-ମଧ୍ୟ ରେଳବାଇ ପ୍ରଶାସନ କରୋନା ଭାଇରସରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଷ୍ଟେସନରେ ବ୍ୟାପକ ବ୍ୟବସ୍ଥା କରୁଛି | ଜବଲପୁରରେ ରେଲୱେ ଷ୍ଟେସନରେ ଅଯଥାରେ ବୁଲୁଥିବା ଲୋକଙ୍କ ଉପରେ କଟକଣା ଜାରି କରାଯାଇଛି | ରେଳ ଷ୍ଟେସନରେ ଅଯଥା ବୁଲୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି | କନଫର୍ମ ଟିକେଟ ବିନା ରେଳ ପ୍ଲାଟଫର୍ମରେ ବୁଲିବା ଏବେଠାରୁ ଲୋକଙ୍କୁ ମହଙ୍ଗା ପଡିବ | ନିୟମ ନ ମାନିଲେ ଜରିମାନା ଦେବାକୁ ପଡିବ | ଏହାସହ ଦୃଢ କାର୍ଯ୍ୟାନୁଷ୍ଠାନ ସହ ଜେଲ ମଧ୍ୟ ଯିବାକୁ ହେବ | ରେଳ ବିଭାଗ ଏଥିପାଇଁ ପୁରା ପ୍ରସ୍ତୁତି ଜାରି ରଖିଛି ଏବଂ ଏଥିପାଇଁ ନିୟମ ମଧ୍ୟ ଜାରି କରିଛି |

{"id":287075,"width":577,"height":384,"sizeSlug":"large"}

ଜବଲପୁର ରେଳ ମଣ୍ଡଳ କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ପ୍ଲାଟଫର୍ମ ବାହାରେ ବ୍ୟାରିକେଡ଼ ନିର୍ମାଣ କରିଛି | ଭିଡ ନ ଜମାଇବା ପାଇଁ ଜାଲି ମଧ୍ୟ ଲାଗିଛି | ନିୟମ ଉଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସମସ୍ତ ପ୍ଲାଟଫର୍ମରେ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି | ଯାତ୍ରୀଙ୍କୁ ଛାଡିବା ପାଇଁ କିମ୍ବା ନେବା ପାଇଁ ତାଙ୍କ ବନ୍ଧୁ ପରିଜନ କିମ୍ବା ସମ୍ପର୍କୀୟ ଷ୍ଟେସନ ଭିତରକୁ ଆସିପାରିବେ ନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.