ଭୁବନେଶ୍ବରରୁ ଚାଲିଲା ସ୍ବତନ୍ତ୍ର ଟ୍ରେନ୍, ୯୧୬ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା

Published By : Prameya-News7 Bureau | May 13, 2020 IST

ଭୁବନେଶ୍ବର ୧୩।୫: ଆଜିଠୁ ଗଡିଲା ଭୁବନେଶ୍ବର-ନୂଆଦିଲ୍ଲୀ ଏକ୍ସପ୍ରେସ୍ । ଭୁବନେଶ୍ବର ଷ୍ଟେସନରୁ ଏହି ସ୍ବତନ୍ତ୍ର ଟ୍ରେନ୍ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଏଥିରେ ମୋଟ୍ ୧୭ଟି କୋଚ୍ ରହିଥିବା ବେଳେ ୯୧୬ ଜଣ ଯାତ୍ରୀ ଅଛନ୍ତି । ଷ୍ଟେସନରେ ପହଞ୍ଚିବା ପରେ ପ୍ରତ୍ୟେକ ଯାତ୍ରୀଙ୍କର ମେଡିକାଲ ସ୍କ୍ରିନିଂ ଓ ଟିକଟ୍ ଯାଞ୍ଚ କରାଯାଇଥିଲା । କେବଳ କନଫର୍ମ ଟିକଟ୍ ଥିବା ଯାତ୍ରୀଙ୍କୁ ପ୍ଲାଟଫର୍ମ ମଧ୍ୟକୁ ଛଡାଯାଇଥିଲା । 

ଏଥି ସହିତ ଟ୍ରେନରେ ଯାତ୍ରା ବେଳେ ସମସ୍ତ ଯାତ୍ରୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ସାମାଜିକ ଦୂରତା ରକ୍ଷା ଲାଗି ଗୁରୁତ୍ବ ଦିଆଯାଇଛି । ଏହି ସ୍ବତନ୍ତ୍ର ଟ୍ରେନ୍ ବାଲେଶ୍ବର ସମେତ ଖଡ଼ଗପୁର, ଟାଟା, ବୋକାରୋ ଷ୍ଟିଲ୍ ସିଟି, ଗୟା, ଦୀନ ଦୟାଲ ଉପାଧ୍ୟାୟ ଜଂସନ୍ ଓ କାନପୁର ସେଣ୍ଟ୍ରାଲ୍  ଷ୍ଟେସନ୍ ରେ ରହଣି କରିବ। 

ସମଗ୍ର ଦେଶରେ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍ ଚଳାଇବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ଆଇଆରସିଟିସି ୱେବ୍ ସାଇଟ୍ ଏବଂ ମୋବାଇଲ୍ ଆପ୍ ଜରିଆରେ ଟିକଟ ବୁକିଂ ହୋଇପାରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.