Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଦେଢ଼ ମାସ ପରେ ଟ୍ରାକରେ ଗଡ଼ିଲା ଯାତ୍ରୀବାହୀ ଟ୍ରେନ, ବିଭିନ୍ନ ରୁଟ୍‌ ପାଇଁ ୧୫ ଯୋଡ଼ା ଟ୍ରେନର ବ୍ୟବସ୍ଥା

12/05/2020 at 2:06 PM

ନୂଆଦିଲ୍ଲୀ ୧୨।୦୫: ଦେଢ଼ ମାସ ପରେ ଦେଶରେ ଗଡ଼ିଲା ଯାତ୍ରୀବାହୀ ଟ୍ରେନ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଆଜି ଟ୍ରେନ ଗଡ଼ିଛି । ରାଜଧାନୀ ଦିଲ୍ଲୀକୁ ଆଜିଠାରୁ ବିଭିନ୍ନ ରୁଟରେ ଟ୍ରେନ ଯାତାୟତ କରିଛି । ଏହି ରୁଟରେ ୧୫ଟି ରାଜ୍ୟକୁ ୧୫ ଯୋଡ଼ା ଟ୍ରେନ ପ୍ରଥମ ପର୍ଯ୍ୟାୟରେ ଚାଲିବ । ତେବେ ଆଜି ୮ ଟ୍ରେନ ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି  ।

ଆଜି ପ୍ରଥମ ଦିନରେ ରେଲୱେ ପକ୍ଷରୁ ୪୫ ହଜାର ୫୩୩ଟି PNRs ଜେନେରେଟ କରାଯାଇଥିବା ବେଳେ ୮୨ ହଜାର ୩୧୭ ଜଣ ଯାତ୍ରୀ ଯାତ୍ରା କରିବା ପାଇଁ ଟିକେଟ କରିଛନ୍ତି । ଯେଉଁଥିରୁ ରେଲୱେକୁ ୧୬ କୋଟି ୧୫ ଲକ୍ଷ ୬୩ ହଜାର ୮୨୧ ଟଙ୍କା ରାଜସ୍ବ ମିଳିଛି । ତେବେ ଲକ୍ଷଣ ବିହୀନ ଯାତ୍ରୀଙ୍କୁ କେବଳ ଯାତ୍ରା କରିବା ପାଇଁ କଡ଼ା ନିୟମ କରାଯାଇଛି । ଟିକେଟ କନଫର୍ମ ହୋଇଥିବା ଯାତ୍ରୀଙ୍କୁ କେବଳ ଯାତ୍ରା କରିବା ପାଇଁ ଅନୁମତି ଦିଆଯାଉଛି ବୋଲି କହିଛନ୍ତି ରେଲୱେର କାର୍ଯ୍ୟକାରୀ ନିର୍ଦ୍ଦେଶକ RD ବାଜପେୟୀ । ସେହିପରି ୯୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନକୁ ଯିବା ପାଇଁ କହିଛି ରେଲୱେ । ସେମାନଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ ସେହିପରି ସମସ୍ତ ଯାତ୍ରୀଙ୍କ ବିଷୟରେ ତଥ୍ୟ ସେମାନଙ୍କ ରାଜ୍ୟ ସରକାରଙ୍କୁ ରେଲୱେ ଦେବ ବୋଲି କହିଛନ୍ତି ଆରପିଏଫ ଡିଜିପି ଅରୁଣ କୁମାର ।

ଦେଶରେ କରୋନା ଭାଇରସ ନେଇ ଲକାଡାଉନ୍‌ ଜାରି କରାଯାଇଛି । ଏହି ଲକ୍‌ଡାଉନ୍‌ ସମୟରେ ଟ୍ରେନ୍‌  ଯାତ୍ରୀବାହୀ  ଟ୍ରେନ୍‌ ଚଳାଚଳ ଉପରେ କଟକଣା ଲଗାଯାଇଛି । କିନ୍ତୁ ଦୁଇ ଦିନ ତଳେ ଭାରତୀୟ ରେଳ କିଛି ପାସେଞ୍ଜର ଟ୍ରେନ୍‌ ଚଳାଚଳ ନେଇ ଗ୍ରୀନ୍‌ ସିଗନାଲ ଦେଇଥିଲେ । ଏହାପରେ ଆଜି ଠାରୁ ପୁଣି ଥରେ ରେଳ ଟ୍ରାକକୁ ଫେରିଛି ଭାରତୀୟ ରେଳବାଇର କିଛିଟା ପାସେଞ୍ଜର ଟ୍ରେନ୍‌ ।

   Related Posts