Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ପାକିସ୍ତାନରେ ବଡଧରଣର ରେଳ ଦୁର୍ଘଟଣା, ମାଲଗାଡିକୁ ଧକ୍କାଦେଲା ଯାତ୍ରୀବାହୀ ଟ୍ରେନ, ୧୩ ମୃତ, ଅନେକ ଆହତ

11/07/2019 at 4:09 PM

ଇସ୍ଲାମାବାଦ, ପାକିସ୍ତାନ ପୂର୍ବ ପଞ୍ଜାବରେ ଭୀଷଣ ରେଳ ଦୁର୍ଘଟଣା ଘଟିଛି। ଷ୍ଟେସନରେ ଛିଡା ହୋଇଥିବା ଏକ ମାଲଗାଡିକୁ ଯାତ୍ରୀବାହୀ ଟ୍ରେନ୍ ଧକ୍କା ଦେଇଛି। ଫଳରେ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁନ୍ୟ ୭୦ ଜଣ ଆହତ ହୋଇଛନ୍ତି।   କ୍ୱେଟା ଯାଉଥିବା ଆକବର ଏକ୍ସପ୍ରେସ୍ ବହ୍ଲର ଷ୍ଟେସନରେ ଛିଡା ହୋଇଥିବା ମାଲଗାଡିକୁ ଧକ୍କା ଦେଇଥିବା ରେଡିଓ ପାକିସ୍ତାନ ସୂତ୍ରରୁ ଜଣାପଡିଛି। ଦୁର୍ଘଟଣାକୁ ନେଇ ପାକ୍ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଶୋକ ପ୍ରକଟ କରିବା ସହ ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଏହି ଦୁର୍ଘଟଣା ପଞ୍ଜାବ ପ୍ରାନ୍ତ ସାକିଦାବାଦ ତହସିଲର ବହ୍ଲର ଷ୍ଟେସନରେ ଘଟିଛି। ଯାତ୍ରୀବାହୀ ଟ୍ରେନ ମୁଖ୍ୟ ଧାରଣାରେ ଯିବା ପରିବର୍ତ୍ତେ ମାଲଗାଡି ଛିଡା ହୋଇଥିବା ଧାରଣାରେ ଯିବା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନରୁ ଯୁଦ୍ଧକାଳୀନ ଭିତ୍ତିରେ ଯାତ୍ରୀଙ୍କ ଉଦ୍ଧାର ଚଳାଯାଇଥିବା ବେଳେ ମୃତାହତଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି କୁହାଯାଉଛି।

ଉଦ୍ଧାର କାର୍ଯ୍ୟରେ ଜିଲ୍ଲା ପୋଲିସ ସାମିଲ ହୋଇଥିବା ବେଳେ ଡିପିଓ ରହୀମ ୟାର ଖାନ୍ ଉଦ୍ଧାର ମୃତ ଯାତ୍ରୀଙ୍କ ମଧ୍ୟରେ ଜଣେ ମହିଳା ଓ ୮ ଜଣ ପୁରୁଷ ଥିବାର ସୂଚନା ଦେଇଛନ୍ତି। ସେହିପରି ୯ ଜଣ ମହିଳା ଓ ୧୧ ଜଣ ପିଲା ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ମୃତାହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲସ୍ଥାନାନ୍ତର କରାଯାଉଛି।

   Related Posts