ଇସ୍ତାନାବୁଲ Airport ରେ ଦୁର୍ଘଟଣା, ଅବତରଣ ବେଳେ ରନ୍-ୱେରେ ଖସି ଦୁଇଖଣ୍ଡ ହେଲା ବିମାନ, ୨୧ ଯାତ୍ରୀ ଆହତ

Published By : Prameya-News7 Bureau | February 05, 2020 IST

ଇସ୍ତାନାବୁଲ ୫।୨: ଏକ ଯାତ୍ରୀବାହୀ ବିମାନ ୧୭୭ ଜଣ ଯାତ୍ରୀଙ୍କୁ ନେଇ ବୁଧବାର ଇସ୍ତାନାବୁଲ ବିମାନବନ୍ଦରରେ ଅବତରଣ କରିବା ବେଳେ ଘଟିଛି ଅଘଟଣ। ରନ-ୱେରେ ସ୍ଲିପ ହୋଇଯିବାରୁ ବିମାନଟି ୨ଖଣ୍ଡ ହୋଇଯାଇଛି। ଫଳରେ ଏଥିରେ ଯାତ୍ରା କରୁଥିବା ୨୧ ଜଣ ଯାତ୍ରୀ ଆହତ ହୋଇଛନ୍ତି।  

{"id":220640,"sizeSlug":"large"}

ଦୁର୍ଘଟଣାଗ୍ରସ୍ତ ବିମାନଟି ପେଗାସସ୍ ଏୟାରଲାଇନ୍ସର ଓ ଏହା ଏଜିୟନ ଇଜମିରର ସବିହା ଗୋକସେନରୁ ଯାତ୍ରୀଙ୍କୁ ନେଇ ଇସ୍ତାନାବୁଲରେ ଓହ୍ଲାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ବର୍ଷା ଯୋଗୁ ବିମାନ ବନ୍ଦରର ରନ-ୱେ ପିଛିଳ ଥିଲା। ଏଣୁ ପାଇଲଟ ବିମାନ ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ରନ-ୱେରୁ ଖସି ଆଗକୁ ଚାଲିଯିବା ସହ ୨ ଖଣ୍ଡ ହୋଇ ଭାଙ୍ଗିଯାଇଥିଲା।   

{"id":220641,"width":578,"height":377,"sizeSlug":"large"}

ଦୁର୍ଘଟଣା ପରେ ବିମାନ ଭିତରେ ନିଆଁ ଜଳୁଥିବା ଦେଖାଯାଇଥିଲା। ହେଲେ ଦମକଳ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀଙ୍କୁ ସୁରକ୍ଷିତ ବାହାରକୁ ନେଇ ଆସିଥିଲେ। ବିମାନରେ ୬ ଜଣ ଚାଳକ ଦଳ ସଦସ୍ୟ ଥିବା ବେଳେ ବାକି ଯାତ୍ରୀ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରୁ ଯାତ୍ରୀ ନିଜକୁ ନିଜେ ବାହାରକୁ ଆସୁଥିବାର ବି ଦେଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.