Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚଳନ୍ତା ଟ୍ରେନରେ ଚଢ଼ିବାବେଳେ କଟିଗଲା ଯାତ୍ରୀଙ୍କ ଗୋଡ

18/09/2018 at 1:36 PM

ଟିଟିଲାଗଡ଼ ୧୮/୯ : ଟିଟିଲାଗଡ଼ ରେଳଷ୍ଟେସନରେ ଘଟିଛି ଅଘଟଣ । ଯଶବନ୍ତପୁର – ହଟିଆ ଚଳନ୍ତା ଟ୍ରେନରେ ଚଢ଼ିବାବେଳେ କଟିଗଲା ଯାତ୍ରୀଙ୍କ ଗୋଡ । ଟ୍ରେନ ଲାଇନରେ ଖସିପଡି ଗୋଡ ହରାଇଲେ । ରେଳବାଇ ପୋଲିସ ନାଁରେ ଅଭିଯୋଗ କଲେ ପିଡିତ । ବାଙ୍ଗଲୋରରୁ ରାଉରକେଲା ଯାଉଥିବା ଚାରିଜଣ ଯାତ୍ରୀଙ୍କୁ ଓଲ୍ଲାଇଦେଲା ରେଳ ସୁରକ୍ଷା ପୋଲିସ । ଯାତ୍ରୀଙ୍କୁ ଟଙ୍କା ମାଗିବା ସହ ରେଳ ସୁରକ୍ଷା ପୋଲିସ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଚେକିଂ ଲାଗି ୪ଜଣ ଯାତ୍ରୀଙ୍କୁ ଓହ୍ଲାଇଦେଇଥିଲା ପୋଲିସ । ଟ୍ରେନ ଛାଡିଦେବା ପରେ ୪ ଯାତ୍ରୀ ଦୌଡ଼ି ଦୌଡ଼ି ଟ୍ରେନକୁ ଧରିବା ପାଇଁ ଉଦ୍ୟମ କରିଥଲେ । ଚଳନ୍ତା ଟ୍ରେନରେ ଚଢ଼ିବା ବେଳେ ଟ୍ରେନ ଲାଇନରେ ଖସିପଡିଥିଲେ ଜଣେ ଯାତ୍ରୀ । ଖସିପଡିବା ପରେ ଗୋଡ ଉପରେ ଚଢ଼ିଯାଇଥିଲା ଟ୍ରେନ । ଗୋଡ କଟିଯିବା ଯୋଗୁଁ ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯାତ୍ରୀଙ୍କ ନାଁ ବିନୋଦ ସିଂ । ବିନୋଦ ବାଙ୍ଗାଲୋରରୁ ରାଉରକେଲା ଯାଉଥିଲେ ।

   Related Posts