ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ; ୫ ଗୁରୁତର, ୧୧ ଆହତ
4/03/2019 at 8:49 AM

ଭଦ୍ରକ ୪|୩ : ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ତ୍ରିଶଳପୁର ଛକରେ ଡମ୍ଫରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ । ଦୁର୍ଘଟଣା ଫଳରେ ୫ଜଣ ଗୁରୁତର ହୋଇଥିବା ବେଳେ ୧୧ ଆହତ ହୋଇଛନ୍ତି । ଆହତ ଓ ଗୁରୁତର ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି । ଅଧିକାଂଶ ଆହତ ଯାତ୍ରୀମାନେ ପଶ୍ଚିମବଙ୍ଗ ମେଦିନାପୁର ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ବିଳମ୍ବିତ ରାତିରେ ଡଲଫିନ ନାମକ ଘରୋଇ ବସ୍ ପୁରୀରୁ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଯାଉଥିବା ବେଳେ ତ୍ରିଶଳପୁର ଛକ ନିକଟରେ ରାସ୍ତା କାମ ପାଇଁ ଆସୁଥିବା ଡମ୍ଫରକୁ ପଛପଟୁ ପିଟିଥିଲା । ଡ୍ରାଇଭରର ଆଖି ଲାଗି ଯିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି ।
Related Posts
ବ୍ରହ୍ମପୁର: ଡିକି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ଘଟଣାରେ ଜଣେ ଗିରଫ
18 January 2021