ଝାରସୁଗୁଡା ୧୮|୬: ଚଳନ୍ତା ଟ୍ରେନରେ ଚଢ଼ିଲା ବେଳେ ଗଳି ପଡିଲେ ଯାତ୍ରୀ। କିନ୍ତୁ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ । ଆଜି ହାୱଡ଼ାରୁ ସମ୍ବଲପୁର ଯାଉଥିବା ଜଣେ ଯାତ୍ରୀ ରାଜେଶ ତଲୱାର ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନ୍ ଝାରସୁଗୁଡାରେ ଅଟକିବା ପରେ ତଳକୁ ଓହ୍ଲାଇ ଚା ପିଇବା ପାଇଁ ଯାଇଥିଲେ । ହଠାତ୍ ଟ୍ରେନ୍ ଛାଡ଼ି ଦେବା ପରେ ରାଜେଶ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଉଦ୍ୟମ କରିଥିଲେ । ହେଲେ ସେହି ସମୟରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ରେଳ ଧାରଣାରେ ଫସିଯାଇଥିଲେ।
{"id":124380}ଟ୍ରେନରେ ରାଜେଶ ଚଢୁଥିବା ବେଳେ ପଡିଯିବା ଦେଖି ବଗି ଭିତରେ ବସିଥିବା ତାଙ୍କ ପତ୍ନୀ ଓ ଝିଅ ପାଟି କରିବାରୁ ଟ୍ରେନରେ ଥିବା ଅରପିଏଫ କର୍ମଚାରୀ ଚେନ୍ ପୁଲିଂ କରି ଟ୍ରେନକୁ ଅଟକାଇଥିଲେ। ପରେ ଆହତ ଅବସ୍ଥାରେ ରେଳ ଧାରଣାରୁ ଆରପିଏଫ କର୍ମଚାରୀ ରାଜେଶଙ୍କୁ ଉଦ୍ଧାର କରି ସେହି ଟ୍ରେନରେ ସମ୍ବଲପୁର ପଠାଇଥିଲେ।
{"id":124381}ସମ୍ବଲପୁର ରେଳ ଅଧିକାରୀ ରାଜେଶଙ୍କୁ ପରିବାର ସହ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇ ଦେଇଥିବା ବେଳେ ସେ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି।