ରୁପ୍ରାରୋଡ ଷ୍ଟେସନରେ ଅଘଟଣ; ଟ୍ରେନରୁ ଖସି ଯାତ୍ରୀ ମୃତ
14/10/2018 at 12:11 PM

କଳାହାଣ୍ଡି ୧୪/୧୦ : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ରୁପ୍ରାରୋଡ ଷ୍ଟେସନରେ ଅଘଟଣ ଘଟିଛି । ଟ୍ରେନରୁ ଖସି ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁରୀ -ଏହମଦାବାଦ ଟ୍ରେନରୁ ଭୋର ୪ଟା ୩୦ ମିନିଟ ସମୟରେ ଯାତ୍ରୀ ଖସି ପ୍ଲାଟଫର୍ମରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏବେ ଯାଏଁ ଯାତ୍ରୀଙ୍କ ପରିଚୟ ମିଳିପାରି ନାହିଁ । ହେଲେ ଯାତ୍ରୀ ଟ୍ରେନରୁ ଓଲ୍ଲାଉଥିଲେ ନା ଚଢୁଥିଲେ ତାହା ମଧ୍ୟ ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ । ଜି.ଆର.ପି ପୋଲିସକୁ ସୁଚନା ଦିଆଯାଇଛି । ଘଟଣାସ୍ଥଳରେ ମୃତ ଦେହ ପଡି ରହିଛି ।