Sunday, August 25, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବାଲି ଗଦା ଉପରେ ଓଲଟିଲା ଯାତ୍ରୀବାହୀ ବସ; ଜଣେ ମୃତ, ୨୦ ଆହତ, ବାଲି ଭିତରେ ଯାତ୍ରୀ ପୋତି ହୋଇଥିବା ଆଶଙ୍କା

କଟକ ୨୧/୧ : କଟକରୁ ଅନୁଗୁଳ ଯାଉଥିବା ନୀଳକଣ୍ଠ ନାମକ ଏକ ଯାତ୍ରୀବାହୀ ବସ ଜାତୀୟ ରାଜପଥ-୫୫ର ଚୌଦ୍ୱାର ନିକଟସ୍ଥ କଜଳକଣା ଠାରେ ଏକ ବାଲିଗଦା ଉପରେ ଓଲଟି ପଡିଛି |

ଦୁର୍ଘଟଣାରେ ଜଣକର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି | ଆହତଙ୍କ ମଧ୍ୟରୁ ୬ଜଣଙ୍କର ଅବସ୍ଥା ଗୁରୁତର ରହିଚି | ବାଲିଗଦା ଭିତରେ କିଛି ଯାତ୍ରୀ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି |

ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଂଚି ଲୋକଙ୍କୁ ଉଦ୍ଧାର କରୁଥିବା ଜଣାପଡିଛି | ରାସ୍ତା କାମ ପାଇଁ ରାସ୍ତା କଡରେ
ବାଲି ଗଦା ହୋଇଥିବାରୁ ବସଟି ସେଠାରେ ଓଲଟି ପଡିଥିବା ଜଣାପଡିଛି |

ବସଟି ଦ୍ରୁତ ଗତିରେ ଯାଉଥିବାବେଳେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସରେ ରହିଥିଲେ | ଫଳରେ ଭାରସାମ୍ୟ ହରାଇ ବସଟି ଓଲଟି ପଡିଥିଲା |

ଘଟଣାସ୍ଥଳରେ ଚୌଦ୍ୱାର ପୋଲିସ ଏବଂ ଅଗ୍ନିଶମ ବିଭାଗ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି |

349 Views

   ସମ୍ବନ୍ଧିତ ଖବର