ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଗୁରୁତର , ୩୦ ଆହତ
13/12/2020 at 9:22 PM

ଧର୍ମଗଡ ୧୩।୧୨: କଳାହାଣ୍ଡି ଜିଲ୍ଲାର ଧର୍ମଗଡରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଆମପାଣି ଥାନା ଅନ୍ତର୍ଗତ କେନ୍ଦୁଗୁଡା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଛି। ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ସିଜି ୧୭ ଏଫ ୮୭୧୯ ନମ୍ବରର ଗୁପ୍ତା ନାମକ ଏକ ଘରୋଇ ବସ ଧର୍ମଗଡ ଅଂଚଳରୁ କିଛି ଦାଦନ ଶ୍ରମିକଙ୍କୁ ନେଇ ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ କେନ୍ଦୁଗୁଡା ଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ବସରେ ଯାତ୍ରା କରୁଥିବା ୧୫ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଅମାପାଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଜରିଆରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିବା ସହିତ ବର୍ତମାନ ପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ କୌଣସି ଜୀବନହାନୀ ହୋଇ ନ ଥିବା ସୂଚନା ମିଳିଛି ।
