ଜାକାର୍ତ୍ତା ୦୯।୦୧: ଇଣ୍ଡୋନେସିଆର ରାଜଧାନୀ ଜାକାର୍ତ୍ତାରୁ ଉଡାଣର କିଛି ସମୟ ପରେ ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇ ଯାଇଛି। ସୂଚନା ଅନୁଯାୟୀ ଶ୍ରୀବିଜୟା ଏୟାରର ବିମାନ ସଂଖ୍ୟା ଏସଜେ-୮୨ରେ ୫୬ ଯାତ୍ରୀ ଏବଂ ୬ ଚାଳକ ସଦସ୍ୟ ଥିଲେ। ଏହି ବିମାନର ସନ୍ଧାନ ପାଇଁ ଇଣ୍ଡୋନେସିଆ ସରକାର ବଡ ଅଭିଯାନ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ ବିମାନର ଲୋକେସନ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।
ବିମାନ ରାଡାର ୨୪ ଅନୁଯାୟୀ ଏହି ବିମାନ ବୋଇଙ୍ଗ ୭୩୭-୫୨୪ ସିରିଜର। ଶନିବାର ସନ୍ଧ୍ୟାରେ ଜାକାର୍ତ୍ତାର ସୋକାର୍ଣ୍ଣୋ-ହଟ୍ଟା ବିମାନ ବନ୍ଦରରୁ ଉଡାଣ ଭରିଥିଲା। କୁହାଯାଉଛି ଉଡାଣ ଭରିବାର ୪ ମିନିଟ୍ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଇଣ୍ଡୋନେସିଆ ପରିବହନ ମନ୍ତ୍ରୀ କହିଛନ୍ତି ବିମାନ ସହିତ ଶେଷ ସଂପର୍କ ସ୍ଥାନୀୟ ସମୟ ଅନୁସାରେ ୧୪.୨୦ରେ ହୋଇଥିଲା।
wp:html/wp:htmlSriwijaya Air flight #SJ182 lost more than 10.000 feet of altitude in less than one minute, about 4 minutes after departure from Jakarta.https://t.co/fNZqlIR2dz pic.twitter.com/MAVfbj73YN
— Flightradar24 (@flightradar24) January 9, 2021
ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ଶ୍ରୀବିଜୟା ବିମାନ ମାତ୍ର ଗୋଟିଏ ମିନିଟ୍ରେ ୧୦ ହଜାର ଫୁଟ୍ ଉଚ୍ଚତାରୁ ତଳକୁ ଖସିଥିବା ଟ୍ରାକ କରା ଯାଇଛି। ଏହା ପରେ କିଛି ଅଘଟଣର ଆଶଙ୍କା ବଢି ଯାଇଛି। ଯଦି ଏତେ ଦ୍ରୁତ ବେଗରେ କୌଣସି ବିମାନ ତଳକୁ ଖସେ ତେବେ କ୍ରାଶ ହେବାର ସମ୍ଭାବନା ବଢିଯାଏ। ଇଣ୍ଡୋନେସିଆ ସରକାର ଉଦ୍ଧାର କାର୍ଯ୍ୟ ପାଇଁ ରେସକ୍ୟୁ ଟିମ୍କୁ ନିୟୋଜିତ କରିଛି।
ଜାକାର୍ତ୍ତାରୁ ଉଡାଣ ଭରିବା ପରେ ନିଖୋଜ ଏହି ବିମାନ ବୋଇଙ୍ଗ ୭୩୭ ମ୍ୟାକ୍ସ ସଂସ୍କରଣର ଥିଲା। ଏହି ବିମାନର ସୁରକ୍ଷାକୁ ନେଇ ପୂର୍ବରୁ ମଧ୍ୟ ପ୍ରଶ୍ନ ଉଠିଥିଲା। ଖବର ଏହା ମଧ୍ୟ ରହିଥିଲା ଯେ ବୋଇଙ୍ଗ ଏହି ବିମାନର ଉତ୍ପାଦନ ବନ୍ଦ କରିବା ଉପରେ ବିଚାର କରୁଥିଲା।