ଗଞ୍ଜାମ ଜିଲ୍ଲାରେ ପାସ୍ ହାର ୭୧.୮୫ ପ୍ରତିଶତ
21/05/2019 at 12:58 PM

ଗଞ୍ଜାମ ୨୧|୫: ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଗଞ୍ଜାମ ଜିଲ୍ଲାରେ ୪୮୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୩୪୭୦୩ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଜିଲ୍ଲାରେ ୭୧.୮୫ ପ୍ରତିଶତ ପରୀକ୍ଷା ଫଳ ରହିଛି । ଗଞ୍ଜାମ ଜିଲ୍ଲାରେ ୧୭୦ ଜଣ ଏ-୧ ରେ କୃତକାର୍ଯ୍ୟ ହୋଇଥିବା ବେଳେ କେବଳ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୫୬ଜଣ ଛାତ୍ର ଛାତ୍ରୀ ଏ-୧ରେ କୃତକାର୍ଯ୍ୟ ହୋଇଛନ୍ତି ।
ଗତ ୨୭ବର୍ଷ ଧରି ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଲଗାତାର ଭାବେ ଶତ ପ୍ରତିଶତ ପରୀକ୍ଷା ଫଳ ରଖି ଗୌରବ ଅର୍ଜନ କରିଛି । ଚଳିତ ବର୍ଷ ଏହି ସ୍କୁଲର ୨୮୪ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଶତ ପ୍ରତିଶତ ପରୀକ୍ଷା ଫଳ ହୋଇଛି । ସ୍କୁଲର ଗାୟତ୍ରୀ ପାଢୀ ସର୍ବାଧିକ ୫୬୯ ନମ୍ବର ତଥା ୯୫ ପ୍ରତିଶତ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ଆଦ୍ୟାଶା ମହାପାତ୍ର ୫୬୩ ନମ୍ବର ତଥା ୯୪ ପ୍ରତିଶତ ରଖି ଗୌରବ ଆଣିଛନ୍ତି।