ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ ପାସ୍ ଫେଲ୍ ବ୍ୟବସ୍ଥା ! ସାଧାରଣରେ ମିଶ୍ର ପ୍ରତିକ୍ରିୟା

Published By : Prameya-News7 Bureau | December 22, 2018 IST

ଭୁବନେଶ୍ବର ୨୨|୧୨: ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାସ୍ ଫେଲ୍ବ୍ୟବସ୍ଥା ଲାଗୁ କରିବାକୁ ମତ ରଖିଛନ୍ତି ଗଣ ଶିକ୍ଷାମନ୍ତ୍ରୀ ଏହିବ୍ୟବସ୍ଥା ଲାଗୁ ହେଲେ ପିଲାମାନଙ୍କ ମେଧାର ପରୀକ୍ଷା ହେବା ସହ ଶିକ୍ଷକମାନେ କିଭଳି ପାଠ ପଢାଉଛନ୍ତି ତାର ମୂଲ୍ୟାୟନ ମଧ୍ୟ ହୋଇପାରିବ ଶିକ୍ଷାର ଗୁଣବତ୍ତା ବଢାଇବା ପାଇଁ ଏହି ବ୍ୟବସ୍ଥା ସହାୟକ ହେବ ବୋଲି ମନ୍ତ୍ରୀଙ୍କ ମତ ମନ୍ତ୍ରୀଙ୍କ ଏହି ଯୋଜନାକୁ ଅନେକ ସ୍ବାଗତ କରୁଥିବା ବେଳେ ଅନେକଙ୍କ ମତ ଏହା ଦ୍ବାରା କୋମଳମତି ପିଲାଙ୍କ ଉପରେ ଅଧିକ ଚାପ ସୃଷ୍ଟି ହେବ

ପୁଣି ଲାଗୁ ହୋଇପାରେ ପାସ୍ଫେଲ୍ ବ୍ୟବସ୍ଥାପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ ପାସ୍ ଫେଲ୍ବ୍ୟବସ୍ଥା । ଗଣଶିକ୍ଷା ମନ୍ତ୍ରୀ ଏହା ସପକ୍ଷରେ ବାଢିଛନ୍ତି ଯୁକ୍ତି । ମନ୍ତ୍ରୀଙ୍କ କହିବା କଥା ପାସ୍‌ ଫେଲ୍ ବ୍ୟବସ୍ଥା ଲାଗୁ ହେଲେ ପିଲାମାନଙ୍କ ମେଧାର ପରୀକ୍ଷା ହେବ । ପିଲା କିଭଳି ପଢୁଛି ଅଭିଭାବକମାନେ ଜାଣିପାରିବେ । ଏପରିକି ଶିକ୍ଷକମାନେ ସ୍କୁଲ୍‌ରେ ପାଠ ପଢାଉଛନ୍ତି କି ତାର ବି ମୂଲ୍ୟାୟନ ହୋଇପାରିବ । କେବଳ ଏତିକି ନୁହେଁ ମାଟ୍ରିକ୍ ପରୀକ୍ଷାରେ ମଧ୍ୟ ଆଗକୁ ଆହୁରି ସଂସ୍କାର ଅଣାଯିବ । ଉଚ୍ଚଶିକ୍ଷା ପାଇଁ ଗଲା ବେଳେ ପିଲାଙ୍କ ମୂଳଦୂଆ ଷ୍ଟ୍ରଙ୍ଗ ହୋଇସାରିଥବ ଓ ଭବିଷ୍ୟତରେ ସେମାନେ ଭଲ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।

 ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅନେକ ଶିକ୍ଷାବିତ୍‌, ଅଭିବାବକ ସ୍ବାଗତ କରିଥିବାବେଳେ କେତେକ ଏହାକୁ ନାପସନ୍ଦ କରିଛନ୍ତି । ଅନେକ ଅଭିଭାବକଙ୍କ ମତ ଏହାଦ୍ବାରା ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ସୃଷ୍ଟି ହେବ । ପାଠପଢାରେ ଏହା ସକରାତ୍ମକ ଭାବ ସୃଷ୍ଟି କରିବ ।ସେପଟେ ଆଉ କିଛି ଅଭିଭାବକଙ୍କ ମତ ପିଲାମାନଙ୍କ ଉପରେ ଅଯଥା ମାନସିକ ଚାପ ସୃଷ୍ଟି ହେବ । ଏମିତିକି ପାଠପଢାରେ କିଛିଟା ଦୁର୍ବଳ ଥିବା ପିଲାଙ୍କ ପାଠପଢାରୁ ଆଗ୍ରହ ସଂପୂର୍ଣ୍ଣ ଆଗ୍ରହ କମିଯାଇପାରେ । 

ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଉପରୁ ପ୍ରତିଯୋଗିତା ବୋଝ କମାଇବା ପାଇଁ  ନିକଟରେ ମାଡ୍ରାସ ହାଇକୋର୍ଟ ବ୍ୟାଗ୍‌ ବୋଝ ସହ ହୋମ୍‌ ୱାର୍କ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ ।ସେହି ଅନୁଯାୟୀ ମାନବ ସମ୍ବଳ ମନ୍ତ୍ରାଳୟ ପ୍ରଥମରୁ ଦ୍ବିତୀୟ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସ୍‌ଇ ଓ ଆଇସିଏସ୍‌ଇ ଛାତ୍ରଛାତ୍ରୀଙ୍କ ବ୍ୟାଗ ଓଜନ କମାଇବା ଛାତ୍ରଛାତ୍ରୀଙ୍କୁ  ଚାପ ମୁକ୍ତ କରିବାକୁ ସବୁ ସରକାରଙ୍କ ପାଖକୁ ଚିଠି ଲେଖଥିଲେ । ରାଜ୍ୟ ସରରକାରଙ୍କ ଏହି ପାସ୍ ଫେଲ୍‌ ଯୋଜନା ଲାଗୁ ହେଲେ ତାହା କେତେ ଫଳପ୍ରଦ ହେବ ତାହା ଆଗକୁ ଜଣା ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.