କରୋନା କଣ୍ଟ୍ରୋଲ ରୁମ୍‌ର ଅଧିକାରୀଙ୍କ ମୃତ୍ୟୁ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କରୋନା ଯୋଦ୍ଧା

Published By : Prameya-News7 Bureau | October 05, 2020 IST

କଟକ୫/୧୦: ଗତକାଲି ରାତିରେ କଟକ ମହାନଗର ନିଗମର ବରିଷ୍ଠ ଅଧିକାରୀ ବିଶ୍ବନାଥ ଲେଙ୍କାଙ୍କ ମୃତ୍ୟୁ ହୋଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗତ କିଛିଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ।ଗତକାଲି ରାତିରେ ତାଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ଶ୍ରୀ ଲେଙ୍କା ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ସିଏମ୍‌ସି ଷ୍ଟାଟିଷ୍ଟିକାଲ ଅଫିସର ଭାବେ ସେ କାର୍ଯ୍ୟରତ ଥିଲେ। ଆଜି କଟକ ସତୀଚୌରା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।

ଜଣେ କରୋନା ଯୋଦ୍ଧା ଭାବେ ତାଙ୍କୁ ଶେଷ ସମ୍ମାନ ଜଣାଇବା ଲାଗି ଆଜି ସି ଏମ୍ ସି ସମେତ ପୁଲିସ ପ୍ରଶାସନର ବହୁ ବରିଷ୍ଠ ଅଧିକାରୀମାନେ ସତୀଚୌରା ଶ୍ମଶାନରେ ପହଁଞ୍ଚିଥିଲେ। ସି ଏମ୍ ସି କମିଶନର ଅନନ୍ୟା ଦାସ ଉକ୍ତ ସ୍ଥାନରେ ପହଞ୍ଚି ତାଙ୍କୁ ଶେଷ ସମ୍ମନା ଜଣାଇବା ସହିତ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।

ସ୍ବର୍ଗତ ଲେଙ୍କା ଜଣେ ଦକ୍ଷ ପ୍ରଶାସକ ଭାବେ ଯେତିକି କାର୍ଯ୍ୟ କରିଛନ୍ତି, ସେହିପରି ଜଣେ ମେଳାପି ଏବଂ ଜନସାଧାରଣଙ୍କ ସୁଖ ଦୁଃରେ ମଧ୍ୟ ସାଥି ହୋଇ ରହିଥିଲେ, ତାଙ୍କ ମୃତ୍ୟୁ ଖବର ପାଇ ଆଜି ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ତଳୀମାନେ ମଧ୍ୟ ଶ୍ଶଶାନ ଘାଟରେ ପହଞ୍ଚିଥିଲେ। କୋଭିଡ୍‌ ଗାଇଡ୍ ଲାଇନ ମୁତାବକ ତାଙ୍କ ମର ଶରୀରର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.