ଚାଲିଗଲେ ବିଟୁ ଭାଇ,ସେ ଥିଲେ କଂଗ୍ରେସ ଦଳର ଜଣେ ଦକ୍ଷ ସଂଗଠକ

Published By : Prameya-News7 Bureau | December 30, 2019 IST

ଭଦ୍ରକ୩୦/୧୨: ଚାଲିଗଲେ ବିଟୁ ଭାଇ । ବିଟୁ ଭାଇଙ୍କ ସମ୍ପୁର୍ଣ ନାମ ସୁବ୍ରତ ରାୟ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିଦେଇପୁର ପଂଚାୟତର ସରପଞ୍ଚ ସୁବ୍ରତ ରାୟ ଆଜି ମୃତ୍ୟୁ ବରଣ କରିଛନ୍ତି । ଦୀର୍ଘଦିନ ହେବ ସେ ଯକୃତ କର୍କଟ ରୋଗ ରେ ପୀଡିତ ଥିଲେ । ସେ କଂଗ୍ରେସ ଦଳର ଜଣେ ଦକ୍ଷ ସଂଗଠକ ଥିଲେ । ତାଙ୍କ ବିୟୋଗରେ ପୂର୍ବତନ ସାଂସଦ ଅନନ୍ତ ସେଠି , ବିଜେପି ନେତା ମାଧବାନନ୍ଦ ମଲ୍ଲିକ , ସାମ୍ବାଦିକ ସର୍ବେଶ୍ୱର ନାଥ , ଯୁବ କଂଗ୍ରେସ ର ରାଜ୍ୟ ସଂଯୋଜକ ସୁବ୍ରତ କୁମାର ବେହେରା ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।

{"id":204822,"sizeSlug":"large"}

ବାସୁଦେବପୁର ବ୍ଲକ ର ଉଦୟମାନ ନେତା ଥିଲେ ସୁବ୍ରତ ରାୟ । ଯକୃତ କର୍କଟ ରୋଗରେ ପୀଡିତ ହୋଇ ଦୀର୍ଘଦିନ ହେବେ ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆସନ୍ତାକାଲି ତାଙ୍କ ବାସଭବନରେ ମୃତଦେହକୁ ସର୍ବସାଧାରଣ ଙ୍କ ଦର୍ଶନ ପରେ ଶେଷ୍ୟକୃତ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.