ପରଲୋକରେ ଜଣାଶୁଣା ଅଭିନେତା ବିଜୟ ମହାନ୍ତି
13/10/2020 at 4:52 PM

ରାଉରକେଲା୧୩/୧୧୦: ଚଳିତ ବର୍ଷ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ପରଲୋକ ହୋଇଛି। ବିଶେଷକରି କଳାଜଗତରେ ଗୋଟେ ପରେ ଗୋଟେ ଦୁଃଖଦ ଖବର ସାମ୍ନାକୁ ଆସୁଛି।ରାଉରକେଲାର ଜଣାଶୁଣା ଅଭିନେତା ଶ୍ରୀ ବିଜୟ କୁମାର ମହାନ୍ତିଙ୍କ ପରଲୋକ ହୋଇଛି।
ଅକ୍ଟୋବର ୧୩ ତାରିଖ ଅର୍ଥାତ ଆଜି ପ୍ରାତଃ ୨ ଘଣ୍ଟିକା ସମୟରେ ତାଙ୍କ ମୃତ୍ୟୁ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ରାଉରକେଲାର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ” ରାଙ୍ଗମଞ୍ଚ ” ର ସେ ଆଜୀବନ ସଦସ୍ୟ, ଅଭିନେତା , ନିର୍ଦ୍ଦେଶକ ଏବଂ ଜଣେ ସୁସଂଗଠକ ଭାବେ ବେଶ ପରିଚିତ ଥିଲେ।
ତାଙ୍କ ବିୟୋଗରେ ରାଉରକେଲାର ସମସ୍ତ ନାଟ୍ୟ କର୍ମୀ ଗଭୀର ମର୍ମାହତ ହୋଇଛନ୍ତି। ସେହିପରି ଚଳିତ ବର୍ଷ ସିନେ ଜଗତର ୨ ବରିଷ୍ଠ କଳାକାର ବିଜୟ ମହାନ୍ତି ଓ ଅଜିତ ଦାଶଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ଅଭିନେତ୍ରୀ ଦୀପା ସାହୁଙ୍କର ମଦ୍ୟ ମୃତ୍ୟୁ ହୋଇଛି।