୯ ମାସ ପରେ ଖୋଲିଲା ପଶୁପତିନାଥ ମନ୍ଦିର: ବିଶେଷ ପୂଜା ପାଇଁ ନାହିଁ ଅନୁମତି

Published By : Prameya-News7 Bureau | December 16, 2020 IST

କାଠମାଣ୍ଡୁ ୧୬/୧୨ : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ସବୁ ମନ୍ଦିର ଓ ଧର୍ମ ଅନୁଷ୍ଠାନ ୯ ମାସ ହେଲା ବନ୍ଦ ରହିଛି। ନେପାଳ କାଠମାଣ୍ଡୁ ସ୍ଥିତ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ୯ ମାସ ପରେ ଖୋଲିଛି। ପଶୁପତି ଏରିଆ ଡେଭେଲପ୍ମେଣ୍ଟ ଟ୍ରଷ୍ଟ ଅନୁଯାୟୀ, କରୋନା କାଳରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରୋଟୋକଲ ଅନୁଯାୟୀ ମନ୍ଦିର ମାର୍ଚ୍ଚ ୨୦ ତାରିଖରୁ ବନ୍ଦ ରହିଥିଲା। କିନ୍ତୁ ବର୍ତ୍ତମାନ ମନ୍ଦିର ଖୋଲି ଦିଆଯାଇଛି।

{"id":378129,"sizeSlug":"large","linkDestination":"none"}

ପଶୁପତି ମନ୍ଦିର ଟ୍ରଷ୍ଟର ସଚିବ ପ୍ରଦୀପ ଢକାଲ ସୂଚନା ଦେଇଛନ୍ତି ଯେ ସ୍ୱାସ୍ଥ୍ୟ ସୁରକ୍ଷା ପ୍ରୋଟୋକଲ ପାଳନ କରି ଭକ୍ତଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି। ଭଗବାନ ପଶୁପତିନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ କରୋନା ଭାଇରସ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

{"id":378132,"sizeSlug":"large","linkDestination":"none"}

ମନ୍ଦିର ପ୍ରବେଶ କରିବାକୁ ଭକ୍ତଙ୍କୁ ମାସ୍କ ଲଗାଇବା ଅନିବାର୍ଯ୍ୟ। ଦର୍ଶନ ପାଇଁ ଲାଇନରେ ଛିଡା ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ୨ ମିଟର ଦୂରତା ରଖିବାକୁ ହେବ। ବିକାଶ କୋଷ ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ସାନିଟାଇଜର ବ୍ୟବସ୍ଥା କରାଯାଇଛି।

{"id":378130,"sizeSlug":"large","linkDestination":"none"}

ମନ୍ଦିର ପ୍ରଶାସନ ପ୍ରଦୀପ ଢକାଲ କହିଛନ୍ତି ଯେ ମନ୍ଦିର ଖୋଲା ହୋଇଥିଲେ ବି ବିଶେଷ ପୂଜା ଓ ସାମୁହିକ ଭଜନ କୀର୍ତ୍ତନକୁ ଅନୁମତି ଦିଆଯାଇନାହିଁ। ଧୀରେ ଧୀରେ ବିଶେଷ ପୂଜା ଓ ଭଜନ କୀର୍ତ୍ତନ ମଧ୍ୟ ଆରମ୍ଭ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.