ସିନେମାର ନାୟିକା , ଜୀବନଟା ସିନେମାର କାହାଣୀ ଭଳି : ପରବିନ ବାବିଙ୍କ ଜନ୍ମ ଦିନରେ ତାଙ୍କୁ ଝୁରି ହେଉଛି ପୂରା ବଲିଉଡ

Published By : Prameya-News7 Bureau | April 04, 2020 IST

୧୯୪୯ମସିହା ଅପ୍ରେଲ୍ ୪ତାରିଖରେ ଜୁନାଗଡ଼ରେ ପରବିନ ବାବିଙ୍କ ଜନ୍ମ ହୋଇଥିଲା। ମାଆ-ବାପାଙ୍କ ବିବାହର ୧୪ବର୍ଷ ପରେ ପରବିନ ବାବି ଜନ୍ମ ହୋଇଥିଲେ ଏବଂ ଯେତେବେଳେ ସେ ୧୦ବର୍ଷର ହୋଇଥିଲେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଯାଇଥିଲା। କୌଣସି ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ନଥିବା ସତ୍ବେ ପରବିନ ବାବି ୭୦ଦଶକରେ ଅର୍ଥାତ୍ ଗୋଲଡେନ୍ ଏରାରେ ଇଣ୍ଡଷ୍ଟ୍ରିର ବଡ଼ ଅଭିନେତ୍ରୀ ଥିଲେ ଏବଂ କୌଣସି ଫିଲ୍ମରେ କାମ କରିବା ପାଇଁ ସେ ମୋଟା ଅଙ୍କର ଟଙ୍କା ନେଉଥିଲେ।

{"id":248724,"sizeSlug":"large"}

ପପରବିନ୍ ବାବି ୭୦ଦଶକର ବଡ଼ ବଡ଼ ଷ୍ଟାରଙ୍କ ସହ କାମ କରିଥିଲେ। ସେ ଅମିତାଭ ବଚ୍ଚନଙ୍କ ସହ ୮ଟି ଫିଲ୍ମରେ କାମ କରିଥିଲେ। ଅମିତାଭ ବଚ୍ଚନଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ ମଧ୍ୟ ବହୁତ ଲୋକପ୍ରିୟ ହୋଇଥିଲା। ଫିଲ୍ମର ନାଁ ଥିଲା ମଜବୁର। ଫିଲ୍ମଟି ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଥିଲା।

{"id":248725,"sizeSlug":"large"}

ପରବିନ୍ ବାବି ଅମିତାଭଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ଯେ ଅମିତାଭ ତାଙ୍କୁ ଜୀବନରେ ମାରି ଦେବାକୁ ଚାହୁଁଛନ୍ତି ଏବଂ ତାଙ୍କ ପଛରେ ପଡ଼ିଛନ୍ତି। କିନ୍ତୁ କେବଳ ଅମିତାଭ ନୁହେଁ ପ୍ରତ୍ୟେକ ବ୍ୟକ୍ତିଙ୍କ ବିଷୟରେ ପରବିନ୍ ଏପରି ଭାବୁଥିଲେ।

{"id":248730,"sizeSlug":"large"}

ତାଙ୍କ ମନରେ ଏତେ ଇନସିକ୍ୟୁରିଟି ଥିଲା ଯେ ଯେତେବେଳେ ସାମ୍ବାଦିକମାନେ ତାଙ୍କ ସାକ୍ଷାତକାର ନେବାକୁ ଆସୁଥିଲେ ସେତେବେଳେ ସେ ତାଙ୍କ ଖାଦ୍ୟ ତାଙ୍କୁ ଚାଖିବାକୁ କହୁଥିଲେ କାଳେ ତାଙ୍କ ଖାଦ୍ୟରେ ବିଷ ନ ମିଶିଥାଉ।

{"id":248733,"width":597,"height":538,"sizeSlug":"large"}

ଦିନ ବଢ଼ିବା ସହ ପରବିନ ବାବିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ପରବିନ ୩ଜଣଙ୍କ ସହ ରିଲେସନଶିପରେ ଥିଲେ। କିନ୍ତୁ କିଛି ବି ସଫଳ ହୋଇନଥିଲା।

{"id":248735,"sizeSlug":"large"}

ସେ ଅଭିନେତା କବୀର ବେଦୀଙ୍କ ସହ ରିଲେସନଶିପରେ ଥିଲେ। ପ୍ରତିମା ବେଦୀଙ୍କୁ ଛାଡ଼ି କବୀର ବେଦୀ ପରବିନଙ୍କ ପ୍ରେମରେ ପଡ଼ିଥିଲେ।

{"id":248741,"sizeSlug":"large"}

ପରବିନ ବାବି ଯେତେବେଳେ ମହେଶ ଭଟ୍ଟଙ୍କୁ ଭେଟିଥିଲେ ସେତେବେଳେ ସେ ସୁପରଷ୍ଟାର ଥିଲେ। ଉଭୟଙ୍କ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ ହୋଇଥିଲା। କିନ୍ତୁ ଯେତେବେଳେ ମହେଶ ତାଙ୍କ ରୋଗ ବିଷୟରେ ଜାଣିଥିଲେ ସେତେବେଳେ ସେ ତାଙ୍କୁ ଛାଡ଼ି ଦେଇଥିଲେ। ମହେଶ ଭଟ୍ଟ ସେତେବେଳେ ବିବାହିତ ଥିଲେ।

{"id":248742,"sizeSlug":"large"}

ଏହା ବ୍ୟତୀତ ସେ ଡ୍ୟାନି ଡେଙ୍ଗଜୋପାଙ୍କ ସହ ମଧ୍ୟ ରିଲେସନଶିପରେ ଥିଲେ। ୨୦୦୫ମସିହା ଜାନୁୟାରୀ ୨୦ତାରିଖରେ ୫୫ବର୍ଷ ବୟସରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଥିଲା।

{"id":248743,"sizeSlug":"large"}

ସେ ମୃତ୍ୟୁବରଣ କରିବାର ତୃତୀୟ ଦିନରେ ତାଙ୍କ ପଡ଼ୋଶୀ ଲୋକ ଜାଣି ପୋଲିସକୁ ଏବିଷୟରେ ସୂଚନା ଦେଇଥିଲେ। ଏତେ ବୋଲ୍ଡ ଏବଂ ସୁନ୍ଦରୀ ଅଭିନେତ୍ରୀଙ୍କ ଦୁଃଖଦ ମୃତ୍ୟୁ ସତରେ ଯନ୍ତ୍ରଣାଦାୟକ ଥିଲା।

{"id":248744,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.