କରୋନା ପାଇଁ ଟିପ୍ସ ଦେଲେ ହଙ୍ଗ୍ରି ଅବଜରଭରର ପ୍ରତିଷ୍ଠାତା ପାରୁଲ ଶୁକ୍ଲା

Published By : Prameya-News7 Bureau | March 21, 2020 IST

ଗୁରୁଗ୍ରାମ୨୧/୩:  ସତର୍କ ହିଁ କରୋନାର ପ୍ରକୃତ ଚିକିତ୍ସା। ଭୟଭୀତ ନ ହୋଇ ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍‌ ଲାଇନ ମାନିବା ଉଚିତ୍‌। ମିଥ୍ୟା ଗୁଜବଠାରୁ ଦୂରେଇ ରହି ନିଜ ନିଜର ଯତ୍ନ ନିଅନ୍ତୁ। କି ପ୍ରକାର ଖାଦ୍ୟ ଖାଇବେ, କଣ ପିଇବେ,  ଏଭଳି ପ୍ରଶ୍ନ ଲୋକଙ୍କ ମନରେ ନିଶ୍ଚିତ ଉଠୁଥିବ। ତେବେ ହୋଟେଲ କିମ୍ବା ରେସ୍ତୋରାଁରେ ଖାଆନ୍ତୁ ନାହିଁ। ଅଧିକ ବାହାରେ ରୁହନ୍ତୁ ନାହିଁ। କାହିଁକି ନା ବର୍ତ୍ତମାନ ସମୟରେ କରୋନା( କୋଭିଡ-୧୯) ଭୂତାଣୁ ସକ୍ରିୟ ଅଛନ୍ତି।

ସମସ୍ତେ ଜାଣନ୍ତି ଯେ ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଶରୀରକୁ ଫିଟ୍ ରଖିଥାଏ। ହଙ୍ଗ୍ରି ଅବଜରଭରର ପ୍ରତିଷ୍ଠାତା ପାରୁଲ ଶୁକ୍ଲା କହିଛନ୍ତି ଯେ, କରୋନାକୁ ଭୟ କରିବାର କିଛି ଆବଶ୍ୟକତା ନାହିଁ। ଏଥିପାଇଁ ଖାଦ୍ୟପେୟ ପ୍ରତି ଯତ୍ନ ନେବା ଉଚିତ୍‌। ଆପଣ କମଳା ରସକୁ ଏପରି ଭାବରେ ପ୍ରସ୍ତୁତ କରନ୍ତୁ। ଯଦି ଆପଣ ଦୁଇଟି କମଳା ନେଉଛନ୍ତି, ତେବେ ସେଥିରେ ଦୁଇଟି ଛୋଟ ଗାଜର ଏବଂ ଦୁଇ ଖଣ୍ଡ ଅଦା ନେଇ ଆପଣଙ୍କ ସ୍ବାଦ ଅନୁଯାୟୀ ଲୁଣ ମିଶାନ୍ତୁ। ଯଦି ଆପଣ ଏଥିରେ କଞ୍ଚା କଦଳୀ ମିଶ୍ରଣ କରି ସେବନ କଲେ ଆହୁରି ଭଲ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.