Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ପାର୍ଟିର ସମାଲୋଚନା କରିବେ ନାହିଁ, ମଦକୁ ନା; କଂଗ୍ରେସରେ ଏଣ୍ଟ୍ରି ପାଇଁ ୧୦ ସର୍ତ୍ତ

23/10/2021 at 8:26 PM

ନୂଆଦିଲ୍ଲୀ ୨୩।୧୦: କଂଗ୍ରେସର ସଦସ୍ୟତା ଗ୍ରହଣ କରିବାକୁ ଚାହୁଁଛନ୍ତି କି ? ତେବେ ଜାଣି ନିଅନ୍ତୁ କେଉଁ ସବୁ ସର୍ତ୍ତ ମାନିବାକୁ ପଡିବ।  ବ୍ୟକ୍ତିଙ୍କୁ ଘୋଷଣା କରିବାକୁ ପଡିବ ଯେ, ସେ ନିଜକୁ ମଦ ଏବଂ ଡ୍ରଗ୍ସଠୁ ଦୂରରେ ରଖିବେ। କେବଳ ଏତିକି ନୁହେଁ, ଏହା ମଧ୍ୟ ବଚନ ଦେବାକୁ ପଡିବ ଯେ, ସାର୍ବଜନୀନ ଭାବେ ପାର୍ଟିର ନୀତିକୁ ସମାଲୋଚନା କରିବେ ନାହିଁ। ଦେଶର ସବୁଠୁ ପୁରୁଣା ପାର୍ଟି ନିଜର ସଦସ୍ୟତା ଫର୍ମରେ ଏମିତି କିଛି ପରିବର୍ତ୍ତନ କରିଛି।

ନୂତନ ଫର୍ମ ଅନୁଯାୟୀ, ସଦସ୍ୟତା ନେବା ସମୟରେ ନୂତନ ସଦସ୍ୟଙ୍କୁ ଘୋଷଣା କରିବାକୁ ପଡିବ ଯେ, ସେ ସିଲିଂ ଆଇନଠୁ ଅଧିକ ସଂପତ୍ତି ରଖିବେ ନାହିଁ। ପାର୍ଟିର ନୀତି ଏବଂ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ଶାରୀରିକ ପରିଶ୍ରମ କିମ୍ବା କାମ କରିବାରେ ସଙ୍କୋଚବୋଧ କରିବେ ନାହିଁ। ନୂତନ ସଦସ୍ୟତା ଅଭିଯାନ ପୂର୍ବରୁ ପ୍ରସ୍ତୁତ ଫର୍ମ ଅନୁଯାୟୀ, ନୂତନ ସଦସ୍ୟଙ୍କୁ ୧୦ ବ୍ୟକ୍ତିଗତ ପ୍ରତିଶ୍ରୁତି ଦେବାକୁ ପଡିବ।

ସଂଗଠନ ନିର୍ବାଚନ ପୂର୍ବରୁ ସଦସ୍ୟତା ଅଭିଯାନ ନଭେମ୍ବର ୧ରୁ ଆରମ୍ଭ ହେବ ଏବଂ ଏହା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଜାରି ରହିବ। ନୂତନ କଂଗ୍ରେସ ଅଧ୍ୟକ୍ଷ ପାଇଁ ନିର୍ବାଚନ ଆସନ୍ତାବର୍ଷ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ହେବ।  ନିକଟରେ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି। ନୂତନ ସଦସ୍ୟଙ୍କୁ ଏହା ମଧ୍ୟ ଲିଖିତ ଭାବେ ଦେବାକୁ ପଡିବ ଯେ, କୌଣସି ପ୍ରକାରର ସାମାଜିକ ଭେଦଭାବ କାର୍ଯ୍ୟକ୍ରମରେ ସାମିଲ୍ ହେବେ ନାହିଁ।

   Related Posts