Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

‘ପାର୍ଟି ଓ ପରିବାର ଭାଙ୍ଗିଗଲା’ – ଶରଦ ପାଓ୍ୱାରଙ୍କ ଝିଅ ସୁପ୍ରିୟା ଏପରି ଦେଲେ ହ୍ୱାଟସ୍‌ ଆପ୍‌ ଷ୍ଟାଟସ୍‌

23/11/2019 at 5:03 PM

ମୁମ୍ବଇ – ମହାରାଷ୍ଟ୍ରରେ ବିଜେପି ପୁଣି ସରକାର ଗଠନ କରିଛି । ଏନ୍‌ସିପି ନେତା ଅଜିତ୍‌ ପାଓ୍ୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାପରେ ମହାରାଷ୍ଟ୍ର ରାଜନୀତିରେ ଏକ ପ୍ରକାର ହଟ ଚମଟ ସୃଷ୍ଟି ହୋଇଛି । ବରିଷ୍ଠ ଏନ୍‌ସିପି ନେତା ତଥା ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଝିଅ ସୁପ୍ରିୟା ସୁଲେ ଏବେ ପରିବାର ଓ ଦଳ ଭାଙ୍ଗିଯାଇଥିବା କଥା ତାଙ୍କ ହ୍ୱାଟସ୍‌ ଆପ୍‌ ଷ୍ଟାଟସରେ ଉଲ୍ଲେଖ କରିଛନ୍ତି । “Party and family split”. ବୋଲି ସେ ନିଜର ହ୍ୱାଟସ ଆପ୍‌ ଷ୍ଟାଟସରେ ଲେଖିଛନ୍ତି ।

ଆଗରୁ ଶରଦ ପାଓ୍ୱାର ଅଜିତ ବିଜେପିକୁ ସମର୍ଥନ କରିବା ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏହା ଦଳର ନିଷ୍ପତ୍ତି ନୁହେଁ ବୋଲି କହିଛନ୍ତି ।

ଆଜି ସକାଳେ ହଠାତ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଫଡନଭିସଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ସେହିପରି ଉପମୁଖ୍ୟମନ୍ତ୍ରୀ ଭାବେ ଏନସିପି ନେତା ଅଜିତ ପାୱାର ଶପଥ ନେଇଥିଲେ।

ବୁଧବାର ଏନସିପି ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟି ଆଲୋଚନା କରିଥିଲେ । ଏହା ପରେ ମହାରାଷ୍ଟ୍ରରେ ବଡ଼ ରାଜନୈତିକ ଟ୍ବିଷ୍ଟ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଥିଲା । ତେବେ ଏହା ପରେ ଲଗାତାର ଦୁଇ ଦିନ ଧରି ଶିବସେନା ସହ ଏନସିପି ଆଲୋଚନା କରିବା ପରେ ଏହି ଚର୍ଚ୍ଚାରେ ବ୍ରେକ ଲାଗିଥିଲା ।

ଗତାକାଲି ଏନସିପି, କଂଗ୍ରେସ ଓ ଶିବସେନାର ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଉଦ୍ଧବ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ତିନିଦଳ ସହମତି ପ୍ରକାଶ କରିଥିଲେ । ଆଜି ଶିବସେନା-କଂଗ୍ରେସ ଓ ଏନସିପି ମିଳିତ ଭାବେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ଆଜି ସକାଳ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନାଭିସ ଓ ଉପ ମୁଖମନ୍ତ୍ରୀ ଭାବେ ଏନସିପିର ଅଜିତ ପାଓ୍ବାର ଶପଥ ନେଇଛନ୍ତି ।

   Related Posts