ମ୍ୟାଲେରିଆ ନିରାକରଣ ପାଇଁ ଦୁଇଟି ସଂସ୍ଥା ସହ ବୁଝାମଣାପତ୍ର ସ୍ଵାକ୍ଷରିତ

Published By : Prameya-News7 Bureau | August 28, 2018 IST

ଭୁବନେଶ୍ୱର ୨୮|୮: ରାଜ୍ୟରେ ସଂପୂର୍ଣ୍ଣ ଭାବେ ମ୍ୟାଲେରିଆ ନିରାକରଣ ପାଇଁ ରାଜ୍ୟ ସରକାର ଦୁଇଟି ସଂସ୍ଥା ସହ ବୁଝାମଣାପତ୍ର ସ୍ଵାକ୍ଷରିତ କରିଛନ୍ତି । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆମେରିକୀୟ ସଂସ୍ଥା ‘ମ୍ୟାଲେରିଆ ନୋ ମୋର୍’ ଏବଂ ଭାରତୀୟ ସଂସ୍ଥା ‘ମ୍ୟାଲେରିଆ ନିରାକରଣ ଟ୍ରଷ୍ଟ’ ସହ ବୁଝାମଣା ସ୍ଵାକ୍ଷରିତ ହୋଇଛି । ଉଭୟ ସଂସ୍ଥା ସହଯୋଗରେ ରାଜ୍ୟରୁ ମ୍ୟାଲେରିଆ ନିରାକରଣ ହୋଇପାରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି । ଏହି ସଂସ୍ଥା ମ୍ୟାଲେରିଆ ନିରାକରଣ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତିରେ ସାହାର୍ଯ୍ୟ କରିବା ସହ ଜନସଚେତନତା ପାଇଁ କାର୍ଯ୍ୟ କରିବ । ସ୍ଵାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ‘ଦମନ’ ଯୋଜନା କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରୁ ମ୍ୟାଲେରିଆ ପ୍ରକୋପ ୮୪ପ୍ରତିଶତ ହ୍ରାସ ପାଇଛି । ‘ଦମନ’ କାର୍ଯ୍ୟକ୍ରମରେ ଏକ କୋଟି ୧୩ଲକ୍ଷ ଔଷଧୀୟ ମଶାରୀ ପ୍ରଦାନ କରିବା ସହିତ ଲୋକଙ୍କୁ ବିଭିନ୍ନ ଉପାୟରେ ସଚେତନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.