ଇଣ୍ଟରନେଟ୍ ବ୍ୟବହାରରେ ଲିଙ୍ଗଗତ ବିଭେଦକୁ ଦୂର କରିବା ପାଇଁ ଜିଓର ପ୍ରୟାସ

Published By : Prameya-News7 Bureau | July 16, 2019 IST

ଭୁବନେଶ୍ବର ୧୬|୭: ଭାରତରେ ମହିଳାମାନଙ୍କ ଡିଜିଟାଲ୍ ସାକ୍ଷରତା ଓ ଡିଜିଟାଲ୍ ଗ୍ରହଣୀୟତାକୁ ନେଇ ରହିଥିବା ଲିଙ୍ଗଗତ ବିଭେଦକୁ ଦୂର କରିବା ପାଇଁ ବିଶ୍ବର ସର୍ବବୃହତ ମୋବାଇଲ୍ ଡାଟା ନେଟୱର୍କ ଜିଓ ପକ୍ଷରୁ ଜିଏସଏମଏର କନେକ୍ଟେଡ୍ ଓମେନ୍ ଇନିସିଏଟିଭ୍ ସହ ସହବନ୍ଧନ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଜୀବନରେ ଉନ୍ନତି ଆଣିବା ଭଳି ଡିଜିଟାଲ୍ ସେବାକୁ ହାସଲ କରିବା ଏବଂ ବ୍ୟବହାର କରିବା ଦିଗରେ ଅଧିକରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ନିମନ୍ତେ ଜିଓ ଓ ଜିଏସ୍ଏମ୍ଏ ମିଳିତ ଭାବେ କାର୍ଯ୍ୟ କରିବେ ।

ମୋବାଇଲ୍ ଓ ଇଣ୍ଟରନେଟ୍ ପ୍ରଯୁକ୍ତିର ତ୍ୱରିତ ଗ୍ରହଣୀୟତା ଯୋଗୁଁ ଲୋକମାନଙ୍କ ସମ୍ପର୍କ ସ୍ଥାପନ, ଶିକ୍ଷା ଏବଂ ମନୋରଂଜନ ହାସଲ କରିବା ମାଧ୍ୟମ ଓ ପ୍ରକ୍ରିୟାରେ ବଡ଼ ଧରଣର ପରିବର୍ତ୍ତନ ଆସିଛି । ମାତ୍ର, ଭାରତରେ ରହିଥିବା ମୋବାଇଲ୍ ଗ୍ରହଣୀୟତାରେ ଲିଙ୍ଗଗତ ବିଭେଦର ପ୍ରମୁଖ କାରଣଗୁଡ଼ିକ ମଧ୍ୟରେ ରହିଛି ଉପଲବ୍ଧତାର ଅଭାବ ତଥା ସୁଲଭତା ଏବଂ ଡିଜିଟାଲ୍ ବିପ୍ଳବରେ ଅନ୍ତର୍ଭୁକ୍ତୀକରଣର ଅଭାବ । ଆରମ୍ଭ ହେବା ଦିନରୁ ଜିଓ ପ୍ରତିଟି ଲୋକଙ୍କୁ ଏବଂ ସଭିଁଙ୍କୁ ସମାନ ସୁଯୋଗ ପ୍ରଦାନ କରି ଏହି ବିଭେଦକୁ ଦୂର କରିବାକୁ ପ୍ରତିବଦ୍ଧ ରହିଛି । 

କନେକ୍ଟେଡ୍ ଓମେନ୍ ଇନିସିଏଟିଭ୍‌ରେ ଅଂଶ ସ୍ୱରୂପ ଜିଏସ୍ଏମ୍ଏ ପକ୍ଷରୁ ବିଶ୍ୱ ସ୍ତରରେ ମୋବାଇଲ୍ ଅପରେଟର ଏବଂ ସେମାନଙ୍କ ସହଯୋଗୀଙ୍କ ସହ ମିଳିତ ଉଦ୍ୟମରେ ମୋବାଇଲ୍ ଇଟଂରନେଟ୍ ଓ ମୋବାଇଲ୍ ମନି ସେବାଗୁଡ଼ିକୁୁ ହାସଲ କରିବା ଏବଂ ବ୍ୟବହାର କରିବା ଦିଗରେ ମହିଳାମାନେ ସାମ୍ନା କରୁଥିବା ପ୍ରତିବନ୍ଧକକୁ ଦୂର କରିବା ପାଇଁ କାର୍ଯ୍ୟ ଜିଏସ୍ଏମ୍ଏ ଓ ସେବା ପ୍ରଦାନକାରୀମାନେ ମିଳିତ ଭାବେ କାର୍ଯ୍ୟକରି ଉଲ୍ଲେଖନୀୟ ସାମାଜିକ-ଅର୍ଥନୈତିକ ଲାଭ ପ୍ରଦାନ କରିପାରିବେ ଏବଂ ଅଗଣିତ ମହିଳାଙ୍କ ଜୀବନରେ ପରିବର୍ତନ ଆଣିବା ସହ ମୋବାଇଲ୍ ଶିଳ୍ପ ପାଇଁ ଉଲ୍ଲେଖନୀୟ ବଜାର ସୁଯୋଗକୁ ଉନ୍ମୁକ୍ତ କରିପାରିବେ ।

ଡିଜିଟାଲ୍ ଅନ୍ତର୍ଭୁକ୍ତୀକରଣ ଉପରେ ଜିଓ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯିବା ସମ୍ବନ୍ଧରେ ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍‌ର ନିର୍ଦ୍ଦେଶକ ଇଶା ଅମ୍ବାନି କହିଛନ୍ତି ଯେ, ବିଗତ ଦଶନ୍ଧିରେ ମୋବାଇଲ୍ ଓ ଇଟଂରନେଟ୍ ପ୍ରଯୁକ୍ତିରେ ଦ୍ରୁତ ଓ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ମହିଳାମାନଙ୍କୁ ସଶକ୍ତ କରିବା ଏବଂ ଅଧିକ ସୂଚନା ଓ ଶିକ୍ଷା ହାସଲ କରି ସେମାନଙ୍କ ଜୀବନକୁ ବଦଳାଇବା ପାଇଁ ଏହା ଏକ ଅତୁଲ୍ୟ ସୁଯୋଗ ପ୍ରଦାନ କରୁଛି, ଯାହା ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବଢ଼ାଉଛି ଏବଂ ଜୀବନରେ ଉନ୍ନତି ଆଣୁଥିବା ସେବା ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି । ଏହି କାରଣ ପାଇଁ ଜିଓର ସୃଷ୍ଟି ହୋଇଛି ଏବଂ ଆମେ ସମସ୍ତ ଭାରତୀୟଙ୍କ ଏହି ସ୍ୱପ୍ନ ପୂରଣ କରିବା ଲାଗି ନିଜକୁ ପ୍ରତିବଦ୍ଧ କରିଛୁ ।

ଡିଜିଟାଲ୍ ସେବାକୁ ସମସ୍ତଙ୍କ ପାଖରେ ପହଂଚାଇବା ଦିଗରେ ଭାରତର ନିଜସ୍ୱ ସ୍ମାର୍ଟଫୋନ୍ 'ଜିଓ ଫୋନ୍' ଏକ ପ୍ରମୁଖ ପଦକ୍ଷେପ ଯାହା ଦ୍ୱାରା ଅନେକ ପ୍ରଥମ ଥର ମୋବାଇଲ୍ ବ୍ୟବହାରକାରୀ ଡିଜିଟାଲ୍ ଦୁନିଆ ମଧ୍ୟକୁ ଆସିପାରିଛନ୍ତି । ମାତ୍ର  ୫୦୧ ଟଙ୍କା (ପାଖାପାଖି ୭ ଡଲାର)ରେ ଉପଲବ୍ଧ ହେଉଥିବା ଜିଓ ଫୋନ୍ ସହିତ ମାସିକ ୪୯ ଟଙ୍କା (୧ ଡଲାରରୁ କମ୍ ଭଳି ସୁଲଭ ମୂଲ୍ୟରେ ଅତୁଳନୀୟ ଅସୀମିତ ଭଏସ୍ ଓ ଡାଟା ସେବାର ଉପଲବ୍ଧତା ପାଇଁ ଜିଓ ଫୋନ୍ ଅଧିକରୁ ଅଧିକ ଲୋକଙ୍କୁ ଡିଜିଟାଲ୍ ସେବା ବ୍ୟବହାର ପାଇଁ ଉତ୍ସାହିତ ଓ ପ୍ରେରିତ କରୁଛି ।

ଏଥି ସହିତ ଜିଓ ପକ୍ଷରୁ ସରକାରଙ୍କ ବିଭିନ୍ନ ଉଦ୍ୟମ ସହ ସହବନ୍ଧନ ସ୍ଥାପନ ଜରିଆରେ ଦେଶରେ ନିୟୁତାଧିକ ମହିଳାଙ୍କୁ ଡିଜିଟାଲ୍ କ୍ଷେତ୍ରରେ ସଶକ୍ତ କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.