ପାର୍ଟନରଙ୍କୁ ରନ୍ ଆଉଟ୍ କରିଦେଲେ ବ୍ୟାଟସମ୍ୟାନ୍, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | December 03, 2021 IST

ନୂଆଦିଲ୍ଲୀ, ୦୩।୧୨: ଭାରତ ଏ ଓ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମୁକାବିଲାରେ ରୋମାଞ୍ଚକର ଦୃଶ୍ୟ । ଅବିଶ୍ୱସନୀୟ ଭାବେ ରନ୍ ଆଉଟ୍ ହେଲେ ନିମ୍ନକ୍ରମର ଆଫ୍ରିକୀୟ ବ୍ୟାଟସମ୍ୟାନ୍ ଗ୍ଲେଣ୍ଟନ୍ ଷ୍ଟରମାନ୍ । ନିଜେ ମଧ୍ୟ ବିଶ୍ୱାସ କରିପାରିଲେନି । ଉଭୟ ଦଳ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଏପରି ଘଟଣା ଘଟିଛି ।

ସୂଚନାନୁସାରେ, ୨୪୯ ରନ ସ୍କୋର ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସମ୍ୟାନ୍ ଗ୍ଲେଣ୍ଟନ୍ ଆଉଟ୍ ହୋଇଥିଲେ । ସେ ମାର୍କୋ ଜାନସେନଙ୍କ ସହ ମିଶି  ୪୮ ରନ୍ ଯୋଡିଥିଲେ । ତେବେ ୧୦୬ ତମ ଓଭରରେ ଭାରତୀୟ ଏ ବୋଲର ଇଶାନ ପୋରେଲ ବୋଲିଂ କରୁଥିଲେ । ଏତିକିବେଳେ ବ୍ୟାଟିଂ କରୁଥିବା ଜାନସେନ୍ ଏକ ବଲକୁ ଡିଫେନ୍ସ କରିଥିଲେ । ବଲଟି ସିଧା ଆସି ଇଶାନଙ୍କ ଗୋଡ ପାଖେ ପଡିଥିଲା । ତୁରନ୍ତ ଇଶାନ ବଲକୁ ଓ୍ୱିକେଟ୍ ଆଡକୁ ଗୋଡରେ ମାରିଥିଲେ । ସେତେବେଳେ ଜାନସେନ୍ ମଧ୍ୟ ନିଜ ଗୋଡରେ ବଲକୁ ଜଗି ଦେଇଥିଲେ । ଏହା ଦ୍ୱାରା ବଲଟି ସିଧା ଆସି ନନ୍ ଷ୍ଟ୍ରାଇକର୍ ଏଣ୍ଡ୍ ଓ୍ୱିକେଟରେ ବାଜିଥିଲା ।

wp:html /wp:html

ଏହାଦ୍ୱାରା ଗ୍ଲେଣ୍ଟନ ରନ୍ ଆଉଟ୍ ହୋଇଥିଲେ । କାରଣ ସେ ନନ୍ ଷ୍ଟ୍ରାଇକର ଏଣ୍ଡରେ ଥିଲେ । ତେବେ ସେ ଆଉଟ୍ ହେବାର କିଛି ସମୟ ଯାଏଁ ବିଶ୍ୱାସ ମଧ୍ୟ କରିପାରି ନଥିଲେ । କାରଣ ସେ କ୍ରିଜ୍ ଭିତରେ ଥିବା ଭାବିଥିଲେ । କିନ୍ତୁ ପ୍ରକୃତରେ ସେ କ୍ରିଜ୍ ବାହାରକୁ ଚାଲି ଆସିଥିଲେ ଯେତେବେଳେ ବଲଟି ଓ୍ୱିକେଟରେ ବାଜିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.