ମଧ୍ୟପ୍ରଦେଶ ଉପନିର୍ବାଚନ : କଂଗ୍ରେସ ନେତା ହେବେ ବିଜେପି ପ୍ରାର୍ଥୀ! ଜାଲ ବିଛାଉଛନ୍ତି କମଲ ନାଥ

Published By : Prameya-News7 Bureau | May 20, 2020 IST

ଭୋପାଲ: କରୋନା ଲକଡାଉନ ଲାଗି ସାରା ଦେଶ ଏବେ ଅଚଳ। ହେଲ ମଧ୍ୟପ୍ରଦେଶ ରାଜନୀତି ଖୁବ୍ ଚଳଚଞ୍ଚଳ। କମଲ ନାଥଙ୍କୁ କ୍ଷମତାରୁ ହଟାଇବା ଲାଗି କଂଗ୍ରେସ ବିଧାୟକମାନେ ଇସ୍ତଫା ଦେଇଥିବାରୁ ଏବେ ସେମାନଙ୍କ ବିଧାନସଭା ନିର୍ବାଚନମଣ୍ଡଳିରେ ଉପନିର୍ବାଚନ ଜରୁରି ହୋଇପଡିଛି। ଏଣୁ କଂଗ୍ରେସ ସମେତ ବିଜେପି ମଧ୍ୟ ପ୍ରାର୍ଥୀ ମନୋନୟନ ଲାଗି ତତ୍ପର ହୋଇଉଠିଛି। ତେବେ ଏଥିରେ ପ୍ରଦେଶ ବିଜେପି ସଭାପତିଙ୍କ ବୟାନ ଏବେ ରାଜ୍ୟ ଦଳରେ ହଟଚମଟ ସୃଷ୍ଟି କରିଛି।

{"id":273110,"sizeSlug":"large"}

ଯେଉଁମାନେ କଂଗ୍ରେସ ଛାଡି ବିଜେପିରେ ଯୋଗଦେଇଛନ୍ତି କେବଳ ସେହିମାନେ ହିଁ ଏହି ଉପନିର୍ବାଚନରେ ଦଳର ପ୍ରାର୍ଥୀ ହେବାକୁ ଦାବିଦାର ବୋଲି ମଧ୍ୟପ୍ରଦେଶ ବିଜେପି ସଭାପତି ଭି.ଡି.ଶର୍ମା କହିଛନ୍ତି।  ଫଳରେ ଦଳୀୟ ଆଶାୟୀଙ୍କ ମୁଣ୍ଡରେ ଏବେ ଚଡକ ପଡିଛି। କମଲ ନାଥଙ୍କ ଭ୍ରଷ୍ଟସରକାରକୁ ହଟାଇବା ଲାଗି ଯେଉଁମାନେ ନିଜ ପଦପଦବୀ କଥା ଭୁଲିଯାଇଥିଲେ, ସେମାନଙ୍କୁ ଦଳ ଭୁଲିବ କିପରି ବୋଲି ପ୍ରଶ୍ନ କରିଛନ୍ତି ପ୍ରଦେଶ ବିଜେପି ସଭାପତି। ସରକାରରୁ ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ମନ୍ତ୍ରୀମାନେ ବି ଥିଲେ। ଏଣୁ ନିର୍ବାଚନରେ ସେମାନଙ୍କୁ ଅଣଦେଖା କରାଯାଇ ନପାରେ, ତେବେ ଉପନିର୍ବାଚନ ଲାଗି ପ୍ରାର୍ଥୀଙ୍କ ମନୋନୟନ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ନେତାଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କହିଛନ୍ତି ଶର୍ମା ।

{"id":273111,"width":577,"height":433,"sizeSlug":"large"}

ସାରା ଦେଶରେ ଲକଡାଉନ ଜାରି ରହିଛି। ରାଜ୍ୟରେ ମଧ୍ୟ ଏଥିଲାଗି ସବୁ ଗତିବିଧି ବନ୍ଦ । ହେଲେ ଦଳ ପକ୍ଷରୁ ଇତିମଧ୍ୟରେ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଶର୍ମାଙ୍କ ସୂଚନାରୁ ଜଣାପଡିଛି। ଏଥିପାଇଁ ଅନଲାଇନରେ ବିଭିନ୍ନ ନିର୍ବାଚନମଣ୍ଡଳିର ବୈଠକବି ଇତିମଧ୍ୟରେ ସରିଲାଣି।  ଯେଉଁଥିରେ ପାର୍ଟିର ପୂର୍ବତନ ପ୍ରାର୍ଥୀ ଓ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ । କେବଳ ସେତିକି ନୁହେଁ ଅନଲାଇନରେ ସଙ୍ଗଠନକୁ ମଜଭୁତ କରାଯିବା ସହ ଶକ୍ତିକେନ୍ଦ୍ର ଓ ବୁଥ ସ୍ତରୀୟ ବୈଠକ ମଧ୍ୟ ଇତିମଧ୍ୟରେ ଆରମ୍ଭ ହୋଇଯାଇଛି। ସେହିପରି ଦଳ ଏବେ ସାମାଜିତ ଦୂରତାକୁ ଦୃଷ୍ଟିରେ ରଖି ଲୋକଙ୍କ ନିକଟରେ ପହଞ୍ଚିବାକୁ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିବା ଶର୍ମା ସୂଚନା ଦେଇଛନ୍ତି।

{"id":273113,"sizeSlug":"large"}

ସେପଟେ କମଲ ନାଥ ମଧ୍ୟ ଚୁପ୍ ନାହାନ୍ତି। ତାଙ୍କ ହାତରୁ ସରକାର ଛଡାଇ ନିଆଯାଇଛି। ଏଣୁ ଯେମିତି ବି ହେଲେ ସେ ଅପମାନର ପ୍ରତିଷୋଧ ନେବେ। ଏଣୁ କ୍ଷମତାକୁ ଫେରିବା ଲାଗି ସେ ତାଙ୍କର ରଣନୀତି ଚଳାଇଥିବା ସୂଚନା ମଧ୍ୟ ମିଳୁଛି। ତେବେ କମଲ ନାଥ ପ୍ରସଙ୍ଗରେ ବେଶ୍ ନିରବତା ଅବଲମ୍ବନ କରୁଛନ୍ତି।  କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଓ ମନ୍ତ୍ରୀ ଏବେ ବିଜେପି କର୍ମୀ ଓ ନେତାଙ୍କ ଲାଗି  ଚିନ୍ତାର କାରଣ ପାଲଟିଛନ୍ତି। ଏଥିରେ କମଲ ନାଥ ତାଙ୍କ ନଜର ଏବେ ବିଜେପିର ସେପରି ନେତାଙ୍କ ଉପରେ କେନ୍ଦ୍ରିତ କରିଛନ୍ତି ଯେଉଁମାନଙ୍କର ଲୋକପ୍ରିୟତା ରହିଛି। ଏଣୁ ଅସନ୍ତୁଷ୍ଟ ବିଜେପି ନେତାଙ୍କ ଦ୍ୱାରା କମଲନାଥ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରିପାରନ୍ତି ବୋଲି ଏବେ ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.