Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ରାଜଧାନୀରେ କେମିତି ପୋଲିସ ବେପରୁଆ ଭାବେ କାଟୁଛି ଚାଲାଣ ଆଉ ଛାଡୁଛି ଅପରାଧୀଙ୍କୁ ଦେଖନ୍ତୁ…

20/09/2019 at 4:32 PM

ଭୁବନେଶ୍ବର ୨୦।୯: ପୋଲିସ ଭୁଲର ପ୍ରତିବାଦ କରିବାରୁ ବାବୁଙ୍କ ମିଜାଜ ଗରମ ହୋଇଗଲା | ପିସିଆର ଡକାଇ ସିଧା ଟେକି ନେଲେ ଥାନାକୁ | ଜୋରଜବରଦସ୍ତ ସବୁ ଭିଡିଓ ଡିଲିଟ୍ କରିବାକୁ କହିଲେ | କେସ୍ ଭୟ ବି ଦେଖାଇଲେ | କଥା ମିଡିଆକୁ ଯିବାରୁ ଡାକି ଭୁଲ ଭାଲ ମାଗି ରଫାଦଫା ବି କଲେ |

ଏମିତି ଘଟଣା ଘଟିଛି ଖୋଦ୍ ରାଜଧାନୀରେ | ଗୁରୁବାର ୟୁନିଟ୍ ୬ ଅଞ୍ଚଳରେ ଜଣେ ଯୁବକ ବାଇକରେ ବିନା ହେଲମେଟରେ ଯାତ୍ରା କରୁଥିଲେ | ପୋଲିସ ଅଟକାଇ ଫାଇନ୍ ନେଇଥିଲା | ଠିକ୍ ଏତିକ ବେଳେ ଆଉ ଜଣେ ବାଇକ୍ ଆରୋହୀ ମଧ୍ୟ ବିନା ହେଲମେଟରେ ଆସିଥିଲେ | ପୋଲିସ ତାଙ୍କୁ ଅଟକାଇଥିଲା କିନ୍ତୁ କୌଣସି ଜରିମାନା ନ କରି ଛାଡ଼ିଦେଲା | ଯାହାର ପ୍ରତିବାଦ କରିଥିଲେ ପ୍ରଥମ ବ୍ୟକ୍ତି | ସେ ଭୁଲ୍ କଲେ ଫାଇନ୍ ଦେଲେ, ତାହେଲେ ଆର ଜଣଙ୍କୁ କାହିଁକି ଛାଡ଼ି ଦେଲେ ବୋଲି ପ୍ରଶ୍ନ କଲେ | ନିୟମ କାହିଁକି ସମସ୍ତଙ୍କ ଲାଗି ସମାନ ନୁହେଁ ବୋଲି ଯୁକ୍ତି ରଖିଥିଲେ | ସେଠାରେ ଡ୍ୟୁଟିରେ ଥିବା ସବ୍ ଇନ୍ସପେକ୍ଟର ଆର. ମାଝୀ ଏହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ | ପିସିଆର ଡାକି ଥାନାକୁ ଉଠାଇ ନେଲେ ସଂପୃକ୍ତ ଯୁବକଙ୍କୁ |

ତେବେ ସେ ଯୁବକଙ୍କ ବନ୍ଧୁ ଏ ସବୁକଥା ମୋବାଇଲରେ ରେକର୍ଡିଂ କରୁଥିବା ପୋଲିସର ସନ୍ଦେହ ହୋଇଥିଲା | ଯୁବକଙ୍କ ଅଭିଯୋଗ ମୁତାବକ, କ୍ୟାପିଟାଲ ଥାନାରେ ବରିଷ୍ଠ ଅଧିକାରୀମାନଙ୍କ ସହ ଜଣେ ଲେଡି ଅଫିସର ତାଙ୍କୁ ଭୟଭୀତ କରିଥିଲେ | ପୋଲିସର କଥା ରେକର୍ଡିଂ କରିବା ଅପରାଧ, ତୁରନ୍ତ ଡିଲିଟ ନ କଲେ କେସ୍ ଲଗାଇବାର ଧମକ ଦେଇଥିଲେ | ଯୁବକ ଡିଲିଟ କରିବାକୁ ମନା କରିବାରୁ ତାଙ୍କ ମୋବାଇଲ ଛଡ଼ାଇ ଖୋଜି ଖୋଜି ସବୁ ଡିଲିଟ୍ କରାଗଲା | ଗାଳି ମଧ୍ୟ ଦିଆଗଲା ବୋଲି ଅଭିଯୋଗକାରୀ କହିଛନ୍ତି | ନାଁ, ଗାଁ, ଠିକଣା, ନମ୍ବର ଲେଖି ରଖାଗଲା | ଥାନାରେ ପହଞ୍ଚିବା ପୂର୍ବରୁ ଯୁବକ ଜଣଙ୍କ ସେହି ବଚସା ସମୟର ୨ଟି କ୍ଲିପ୍ ହ୍ୱାଟ୍ସଆପରେ ନ୍ୟୁଜ ସେଭେନ୍ ପ୍ରତିନିଧିଙ୍କୁ ପଠାଇ ସାରିଥିଲେ | ପୋଲିସ ତାଙ୍କୁ ଛାଡ଼ିବା ପରେ ସେ ସେଠାରୁ ବାହାରି ପୂରା ଘଟଣା ଆମ ପ୍ରତିନିଧିଙ୍କୁ କହିବାରୁ ଆମ ପ୍ରତିନିଧି କ୍ୟାପିଟାଲ ଥାନାକୁ ଯୋଗାଯୋଗ କରିଥିଲେ |

ଏହା ପରେ ପୋଲିସ ପୁଣି ସେ ଯୁବକଙ୍କୁ ଡାକି ମିଡିଆରେ କଥା ନ କହିବାକୁ ବୁଝାଇଥିଲା | ଆପୋଷ ବୁଝାମଣାରେ କଥା ଏଇଠି ସାରିଦେବାକୁ କହିଥିଲା | ଏପରିକି ଏଭଳି ବ୍ୟବହାର ଲାଗି ଭୁଲ ମାଗି ଯୁବକଙ୍କୁ ବିଦା କରିଥିଲେ | ତେବେ ପ୍ରଶ୍ନ ଉଠୁଛି, ପୋଲିସର ତ୍ରୁଟିକୁ ଜନତା କାହିଁକି ରେକର୍ଡ କରିପାରିବେ ନାହିଁ ? ପୋଲିସର କେଉଁ ମାନୁଆଲରେ ଅଛି, ଏଭଳି ପ୍ରସଙ୍ଗରେ ପୋଲିସ ମୋବାଇଲ ଜୋରଜବରଦସ୍ତ ଛଡ଼ାଇ ଭିଡିଓ ଡିଲିଟ୍ କରିବ ଓ କେସର ଧମକ ଦେବ ? ପୋଲିସର ଭୁଲ୍ ଧରିଲେ ଥାନାକୁ ନେଇ ମାନସିକ ନିର୍ଯାତନା ଦିଆଯିବ, ଏହା କମିଶନରେଟ୍ ପୋଲିସ ନୂଆ ନିୟମ କି ? ପୋଲିସ କମିଶନର ଏ ଘଟଣାରେ କଣ ପଦକ୍ଷେପ ନେଉଛନ୍ତି ତାହା ହିଁ ଦେଖିବା ବାକି ରହିଲା ।

   Related Posts