Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ତେଲକୋଇ: ମଣ୍ଡିରେ ଅନ୍ତରପାତର, ଟୋକନ ପାଇବା ପରେ ବି ଧାନ ବିକ୍ରି କରି ପାରୁ ନାହାନ୍ତି ଚାଷୀ

28/01/2021 at 7:55 PM

ତେଲକୋଇ୨୮/୧: ଧାନ କିଣାକୁ ନେଇ ରାଜ୍ୟର ବିଭିନ୍ନ ମଣ୍ଡିରେ ଅନିୟମିତତା ଦେଖା ଦେଇଛି। ସେହିପରି କେନ୍ଦୁଝର ଜିଲ୍ଲା ଉପାନ୍ତ ଅଞ୍ଚଳ ତେଲକୋଇ ମଣ୍ଡିରେ ମଧ୍ୟ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ସାମ୍ନାକୁ ଆସିଛି। ଟୋକନ ପାଇଥିବା ୨୭ ଜଣ ଚାଷୀ ଧାନ ବିକ୍ରି କରିପାରି ନ ଥିବାବେଳେ ତେଲକୋଇ ବ୍ଲକ ବିଜେଡି ସଭାପତି ଚଞ୍ଚକତା କରି ଧାନ ବିକ୍ରି କରିଥିବା ଚାଷୀ ଅଭିଯୋଗ କରିଛନ୍ତି।

 ୮ ତାରିଖରୁ ଟୋକନ ପାଇଥିବା ୨୭ ଜଣ ଚାଷୀ ଧାନ ବିକ୍ରି କରି ପାରିନଥିବା ବେଳେ ବହୁ ପଛରେ ଟୋକନ ପାଇଥିବା ବ୍ଲକ ବିଜେଡ଼ି ସଭାପତି ସନ୍ତୋଷ ବିଶ୍ବାଳ ଧାନ ବିକ୍ରି କରିଥିବା ନେଇ ଓଡିଶା ଫୁଡ୍ ପୋର୍ଟାଲରୁ ଚାଷୀମାନେ ଜାଣିବାକୁ ପାଇଛନ୍ତି। ଶ୍ରୀ ବିଶ୍ବାଳଙ୍କ ଟୋକନ ନମ୍ବର ୧୦୦୫ ଏବଂ ସେ ଜାନୁଆରୀ ୧୩ ତାରିଖରେ ଧାନ ବିକ୍ରି କରିବା ପାଇଁ ଟୋକନରେ ଉଲ୍ଲେଖ ରହିଥିବାବେଳେ ତାଙ୍କ ଧାନକୁ ମଣ୍ଡିରେ ଜାନୁଆରୀ ୧୩ ତାରିଖରେ କିଣା ଯାଇଥିବା ଜଣାପଡିଛି।

ତେବେ ୮ ତାରିଖରୁ ଟୋକନ ପାଇଥିବା ୨୭ଜଣ ଚାଷୀ ଏପର୍ଯ୍ୟନ୍ତ ଧାନ ବିକ୍ରି କରି ପାରି ନାହାନ୍ତି। ଲ୍ୟାମ୍ପସ୍‌ର ଏମଡି ଓ କର୍ମଚାରୀ ଚଞ୍ଚକତା କରି ଏପରି କରିଥିବା ନେଇ ଚାଷୀ ଅଭିଯୋଗ କରିଛନ୍ତି।

   Related Posts