ଜୁଲାଇ ୧୬ରେ ସରୁଛି ଆଂଶିକ ଲକ୍‌ଡାଉନ୍, ଅନଲକ୍ ହେବ କି ଓଡିଶା ? ଏବେ ବି ଚିନ୍ତା ବଢାଉଛି ୫ ଜିଲ୍ଲା

Published By : Prameya-News7 Bureau | July 14, 2021 IST

ଭୁବନେଶ୍ଵର ୧୪।୦୭:  ଦିନକ ପରେ ଅର୍ଥାତ୍ ଜୁଲାଇ ୧୬ରେ ସରୁଛି ଆଂଶିକ ଲକଡାଉନ୍ । ଅନଲକ୍ ହେବ କି ୨୫ ଜିଲ୍ଲା ?  ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ଵର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି । ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାରୁ ନିଳାଦ୍ରୀ ବିଜେ ପରେ କଟକଣାମୁକ୍ତ କରିବାକୁ ଚିନ୍ତା କରିପାରନ୍ତି ସରକାର । ତେବେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇଟି ଜିଲ୍ଲା । ସେହିଭଳି ବାଲେଶ୍ଵର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ  ବଳବତ୍ତର ରହିପାରେ କଟକଣା ।  ଏମିତିରେ ଜୁଲାଇ ୧୫ ପରେ ରାଜ୍ୟରେ କ’ଣ ହୋଇପାରେ ଅନଲକ୍ ଫର୍ମୁଲା।

୧୫ ପରେ ଅନଲକ୍ ହେବ କି ୨୫ ଜିଲ୍ଲା ?  ପୂର୍ବଭଳି ପଜିଟିଭିଟି ରେଟ୍ ଆଧାରରେ A, B ଫର୍ମୁଲା ଆପଣାଇପାରନ୍ତି ସରକାର ?  ୫ ଜିଲ୍ଲାରେ ବଳବତ୍ତର ରହିପାରେ କଟକଣା । ଜୁଲାଇ ୧୬ରେ ସରୁଛି ଆଂଶିକ ଲକଡାଉନ୍ । ଏହାକୁ ନଜରରେ ରଖି ଆସନ୍ତାକାଲି  ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଘୋଷଣା କରିପାରନ୍ତି ସରକାର । ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ବି ଖୋର୍ଦ୍ଧା, କଟକ, ବାଲେଶ୍ବର, ମୟୁରଭଞ୍ଜ ଓ ପୁରୀ ସ୍ଥିତି ଏବେ ଚିନ୍ତା ଜନକ ରହିଛି ।

{"id":480614,"sizeSlug":"large","linkDestination":"none"}

ପୁରୀରେ ମହାପ୍ରଭୁଙ୍କ ଘୋଷଯାତ୍ରା ଚାଲିଥିବାରୁ ନିଳାଦ୍ରୀ ବିଜେ ପରେ କଟକଣାମୁକ୍ତ କରିବାକୁ ଚିନ୍ତା କରିପାରନ୍ତି ସରକାର । ତେବେ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନଥିବାରୁ ସରକାରଙ୍କ ଫୋକସରେ ରହିଛି ଏହି ଦୁଇଟି ଜିଲ୍ଲା । ସେହିଭଳି ବାଲେଶ୍ଵର ଓ ମୟୁରଭଞ୍ଜରେ ପଜିଟିଭିଟି ରେଟ୍ ଅଧିକ ରହୁଥିବାରୁ ଏହି ଦୁଇ ଜିଲ୍ଲାରେ  ବଳବତ୍ତର ରହିପାରେ କଟକଣା । ଗଲା ୧୪ ଦିନ ଭିତରେ ରାଜ୍ୟରେ ଦୈନିକ ସଂକ୍ରମଣ ଢ଼େର୍ କମିଛି । ଜୁଲାଇ ୧ରେ ପଜିଟିଭିଟି ରେଟ୍ ୪.୧୭ ଥିବା ବେଳେ ୧୪ ତାରିଖ ବେଳକୁ ଏହା ହ୍ରାସ ପାଇ ୨.୯୯ ପ୍ରତିଶତରେ ପହଞ୍ଚିଛି ।

ଗତ ୨୪ଘଣ୍ଟା ଭିତରେ ଖୋର୍ଦ୍ଧାରୁ ସର୍ବାଧିକ ୪୪୩, କଟକରୁ ୨୮୩, ପୁରୀରୁ ୧୩୩, ବାଲେଶ୍ଵର ଓ ମୟୁରଭଞ୍ଜରୁ ୧୫୫ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏସବୁ ଜିଲ୍ଲାରେ ଟିପିଆର ଅଧିକ ରହୁଥିବାରୁ ବର୍ତ୍ତମାନ ସ୍ଥିତିରେ ଏହି ୫ଜିଲ୍ଲାରେ କଟକଣା କୋହଳ କରିବା ମୁଡ୍‌ରେ ନାହାନ୍ତି ସରକାର । ପୂର୍ବଭଳି ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟଡାଉନ୍, ନାଇଟ୍ କର୍ଫ୍ୟୁ ବଳବତ୍ତର ରହିପାରେ । ତେବେ ଦୋକାନ ଖୋଲିବା ସମୟକୁ ଆଉ ଟିକେ ବଢ଼ାଇପାରନ୍ତି ସରକାର । କେସ୍ ଲୋଡ୍, ପଜିଟିଭ୍ ରେଟ୍, କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁପାଳନକୁ ନଜରରେ ରଖି ଅନଲକ୍ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

{"id":480615,"sizeSlug":"large","linkDestination":"none"}

ସେପଟେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ସଂକ୍ରମଣ ବଢ଼ୁଥବାରୁ ଏବେ ଓଡ଼ିଶାର ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡ଼ିକ ଉପରେ ମଧ୍ୟ ସରକାରଙ୍କ ନଜର ରହିଛି । ତୃତୀୟ ଲହର ଆସୁ କି ନଆସୁ ରାଜ୍ୟରେ ସର୍ଭେଲାନ୍ସ ଓ ଟିକାକରଣ ଜାରି ରହିବ । କଟକ, ଭୁବନେଶ୍ଵର, ବାଲେଶ୍ଵର, ମୟୁରଭଞ୍ଜରେ ସଂକ୍ରମଣ ଅଧିକ ରହୁଛି । ଏସବୁ ଜାଗାରେ କେମିତି ସଂକ୍ରମଣ କମିବ ସେ ନେଇ ପଦକ୍ଷେପ ନିଆଯାଉଛି । ନୂଆପଡ଼ାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ମହାମାରୀରେ ଏମିତି ଓ୍ଵେଭ୍ ଆସେ, ତେବେ ମ୍ୟୁଟେସନ ଯୋଗୁଁ ସଂକ୍ରମଣ ନକମି ବଢ଼ୁଛି । ସରକାରଙ୍କୁ ସମସ୍ତ ତଥ୍ୟ ଦିଆଯାଉଛି, ସରକାର ଠିକ୍ ସମୟରେ ସଠିକ୍ ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ। 

ପରିସ୍ଥିତିକୁ ନଜରରେ ରଖି ଜୁଲାଇ ୧୫ପରେ ମଧ୍ୟ ରାଜ୍ୟରେ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସମ୍ଭାବନା ରହିଛି । ସେହିଭଳି ସାମାଜିକ, ସାଂସ୍କୃତିକ ଓ ରାଜନୈତିକ ସଭାସମିତିକୁ ଏବେ ଅନୁମତି ଦିଆଯାଇ ନପାରେ । ତେବେ ପଜିଟିଭିଟିରେଟ୍ ୫ ପ୍ରତିଶତ ତଳେ ଥିବା ଜିଲ୍ଲାଗୁଡ଼ିକରେ ମଲ, ପାର୍ଲର, ସ୍ପା, ସାଲୁନ୍, ଜିମ୍, ସୁଇମିଂ ପୁଲ ଓ ବସ୍ ଚଳାଚଳକୁ କୋଭିଡ୍ ଗାଇଡଲାଇନ୍‌ ସହ ଖୋଲିବାକୁ ଅନୁମତି ଦେଇପାରନ୍ତି ସରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.