ଭାଙ୍ଗିଲା ବନ୍ଧ, ଏକର ଏକର ଜମିରେ ଚରିଗଲା ପାଉଁଶ

Published By : Prameya-News7 Bureau | April 11, 2020 IST

ଭୋପାଳ ୧୧।୦୪:  ଭୁଷୁଡିଲା ପାଉଁଶ ପୋଖରୀର ବନ୍ଧ । ଯାହାଦ୍ୱାରା ଏକର ଏକର ଜମିରେ ମାଡି ଯାଇଛି ପାଉଁଶ। ଫଳରେ ଏକର ଏକର ଜମିର ଫସଲ ନଷ୍ଟ ହୋଇଯାଇଛି । ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲ୍ଲାରେ ଥିବା ଏକ ପାଓ୍ୱାର ପ୍ଲାଣ୍ଟରେ ଘଟିଛି ଅଘଟଣ ।

wp:core-embed/twitter {"url":"https://twitter.com/ANI/status/1248705440734724096","type":"rich","providerNameSlug":"twitter","className":""}
https://twitter.com/ANI/status/1248705440734724096
/wp:core-embed/twitter

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ସିଙ୍ଗ୍ରାଉଲି ଜିଲ୍ଲାରେ ଥିବା ଏକ ପାଓ୍ୱାର ପ୍ଲାଣ୍ଟରେ ପାଉଁଶ ପୋଖରୀର ବନ୍ଧ ଭୁଷୁଡି ପଡିଥିଲା । ବନ୍ଧ ଭାଙ୍ଗିବା ଦ୍ୱାରା ଆଖପାଖ ଅଞ୍ଚଳରେ ଥିବା ଏକର ଏକର ଜମିରେ ମାଡି ଯାଇଛି ପାଉଁଶ । ଏହାସହିତ ନିକଟରେ ଥିବା କିଛି ଘରରେ ମଧ୍ୟ ପାଉଁଶ ପଶିଯାଇଥିବାର ଅଭିଯୋଗ ମଧ୍ୟ ହୋଇଛି । ଯାହାଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନର ହେଉଛନ୍ତି। ତେବେ ଘଟଣାସ୍ଥଳରେ କମ୍ପାନୀ କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ପୂର୍ବରୁ ମଧ୍ୟ ଅଗଷ୍ଟ ମାସରେ ଏହି ଅଞ୍ଚଳରେ ମଧ୍ୟ ପାଉଁଶ ବନ୍ଧ ଭାଙ୍ଗି ଯାଇଥିଲା । ଯେଉଁଥିପାଇଁ ଚାଷଜମି ଓ ଘର ପ୍ରଭାବିତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.