ଚୋରା ଚାଲାଣ ବେଳେ ୧୩ଟି ଜୀବନ୍ତ ଶୁଆ ଉଦ୍ଧାର, ଜଣେ ଗିରଫ

Published By : Prameya-News7 Bureau | January 04, 2021 IST

ନବରଙ୍ଗପୁର ୪।୧: ନବରଙ୍ଗପୁର ଜିଲ୍ଲା ଉମରକୋଟ, ରାଇଘର ଅଞ୍ଚଳରେ ଦିନକୁ ଦିନ ବନ୍ୟଜନ୍ତୁ ଓ ପକ୍ଷୀଙ୍କ ଚୋରା ଚାଲାଣ କାରବାର ବୃଦ୍ଧି ପାଉଛି । ଜଣେ ଯୁବକ ୧୩ଟି ଜୀବନ୍ତ ଶୁଆ ପକ୍ଷୀକୁ ଓଡିଶା, ଛତିଶଗଡ଼ ସୀମାନ୍ତ ଜଙ୍ଗଲରୁ ଧରି ଆଣି ଉମରକୋଟ ଡିଏନକେ ସ୍ଥିତ ତାଙ୍କ ଘରେ ରଖିଥିଲେ । ତାକୁ ବାହାର ରାଜ୍ୟରେ ବିକ୍ରି କରିବାପାଇଁ ଉଦ୍ୟମ କରୁଥିବା ସମୟରେ ଉମରକୋଟ ବନ ବିଭାଗ ଶୁଆ ଚାଲାଣକାରୀ ଯୁବକଙ୍କ ଘରେ ଚଢ଼ାଉ କରି ୧୩ଟି ଜୀବନ୍ତ ଶୁଆ ଉଦ୍ଧାର କରିବା ସହ ଚାଲାଣକାରୀକୁ ଗିରଫ କରିଛି । ଗୋଟିଏ ଶୁଆକୁ ୧୨ ଶହ ଟଙ୍କାରେ ବିକ୍ରି କରିବାର ଯୋଜନା କରିଥିଲା ଗିରଫ ଯୁବକ । ପୂର୍ବରୁ ଜୀବନ୍ତ କଇଁଚ, ବଜ୍ରକାପ୍ତା, କଲରା ପତରିଆ ବାଘ ଛାଲ ଜବତ କରାଯାଇ ଚୋରା ଚାଲାଣକାରୀଙ୍କୁ ଗିରଫ କରାଯାଇଥିଲା । ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କ ପାଇଁ କଡା ଆଇନ ରହିଥିବା ବେଳେ ବନ୍ୟଜନ୍ତୁ ଚାଲାଣକାରୀମାନେ ଭୟ କରୁନଥିବା ବେଳେ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.