ପୋଲିସକୁ ଦେଖି ଡାକ ପକାଇବାରୁ ଗିରଫ ହେଲା ଶୁଆ

Published By : Prameya-News7 Bureau | April 29, 2019 IST

wp:heading {"level":5}
ଶୁଆ ପାଳିବା ବହୁ ଲୋକଙ୍କ ସଉକ ଥାଏ।  ଆମ ଦେଶରେ ଯେଉଁଲୋକଙ୍କ ଘରେ ଶୁଆ ଥାଏ ତାକୁ ପ୍ରଥମେ ରାମ ରାମ କହିବା ଶିଖାନ୍ତି। କିଛି ପଶୁ ପକ୍ଷୀଙ୍କ ଭଳି ଶୁଆ ମଧ୍ୟ ମଣିଷଙ୍କ ସହ ଶୀଘ୍ର ମିଶି ଯାଆନ୍ତି । ଶୁଆମାନେ ସବୁ କିଛି ଶୀଘ୍ର ଶିଖିବାରେ ପୋଖତ । ତାଙ୍କ ପାଖରେ ଅନେକ ବିଶେଷ କଳା ଥାଏ।  କିନ୍ତୁ ବ୍ରାଜିଲରେ ଡ୍ରଗ୍‌ ଡିଲର୍ସ ଶୁଆଙ୍କର ଏହି ଗୁଣର ଫାଇଦା ଉଠାଇଛନ୍ତି। ଏବେ କିଛି ଦିନ ତଳେ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ଏହି ମାମଲରେ ପୋଲିସ ଶୁଆକୁ ଗିରଫ କରିଛି।
/wp:heading wp:heading {"level":5}
ଗତ କିଛି ତଳେ ବ୍ରାଜିଲରେ ପୋଲିସ ଏକ ଡ୍ରଗ ଡିଲର ଆଡ୍ଡାରେ ଚଢଉ କରିଥିଲେ । ଯେମିତି ସେଠାର ପୋଲିସ ପହଞ୍ଚିଥିଲା ବାହାରେ ଟଙ୍ଗା ଯାଇଥିବା ଶୁଆ ଚିତ୍କାର କରିଥିଲା। “ମମ୍ମା ପୋଲିସ ମମ୍ମା ପୋଲିସ” ବୋଲି ଶୁଆ ଡାକପକାଇଥିଲା। ତେବେ ଏହା ଶୁଆ ନିଜେ କେବେ ଶିଖି କହିନଥିବ ତାକୁ ଏହା କହିବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିବ।ଏଥିପାଇଁ ପୋଲିସ ଶୁଆକୁ ଗିରଫ କରିଥିଲା। ଏହି ଶୁଆକୁ ଏବେ ଟେରେସିନା ଚିଡିଆଖାନାରେ ରଖା ଯାଇଛି।
/wp:heading wp:heading {"level":5}
ପୋଲିସ ଯେଉଁ ଯାଗାରେ ରେଡ ମାରିଥିଲା ସେଠାରେ ଡ୍ରଗ କାରବାର ଜଣେ ମହିଳା କରୁଥିଲେ। ପୂର୍ବରୁ ମଧ୍ୟ ଏହି ମହିଳା ଡ୍ରଗ ଡିଲିଂ କରିବା ସମୟରେ ୨ ଥର ଧରା ପଡି ଗିରଫ ହୋଇଥିଲା।ପୋଲିସ ମହିଳାଙ୍କ ସ୍ବାମୀ ଏଡୱନକୁ ମଧ୍ୟ ଗିରଫ କରି ତା ପାଖରୁ ୪ ପ୍ୟାକେଟ ଡ୍ରଗ ଜବତ କରିଛି। ୨୦୧୦ ମସିହାରେ ଏଭଳି ଏକ ଘଟଣା ପୋଲିସ ସାମ୍ନାକୁ ଆସିସାରିଛି।  ସେହି ମାମଲାରେ ଥିବା ଶୁଆ “ରନ ରନ” ବୋଲି ଚିତ୍କାର କରିଥିଲା।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.