ଆତଙ୍କବାଦୀଙ୍କ ସହ କଥା ହେଉଛନ୍ତି ମୁଫ୍‌ତିଙ୍କ ନିକଟତମ ସହଯୋଗୀ, ଆକ୍ସନ ମୁଡ୍‌ରେ ଜାମ୍ମୁକାଶ୍ମୀର ପୋଲିସ

Published By : Prameya-News7 Bureau | June 13, 2021 IST

ଶ୍ରୀନଗର ୧୩/୬: ଜାମ୍ମୁକଶ୍ମୀର ପୋଲିସ ଏବେ ବଡ଼ ସତ୍ୟ ଉପରୁ ପରଦା ଉଠାଇବାକୁ ଯାଉଛି। ପିଡିପି ପ୍ରମୁଖ ମେହବୁବା ମୁଫ୍‌ତିଙ୍କ ନିକଟତମ ସହଯୋଗୀ ବହୀଦ ଉର ରହମାନ ପରା ପାକିସ୍ତାନରେ ଥିବା ବିଚ୍ଛିନତାବାଦୀ ନେତା ଏବଂ ଆତଙ୍କବାଦୀଙ୍କ ସହ ଇମେଲ୍‌ ମାଧ୍ୟରେ କଥା ହେଉଥିବା ପୋଲିସକୁ ସୁରାକ୍‌ ମିଳିଛି। ତେଣୁ ପୋଲିସ ଏବେ ଆମେରିକୀୟ ଅଧିକାରୀ ଏବଂ ଗୁଗଲକୁ ରହମାନର ଇମେଲ୍‌ ଡିଟେଲ୍ସ ଦେବାକୁ କହିଛି।

ଏହା ସହ ରହମାନ ପରା ନିଜର ରାଜନୈତିକ ଫାଇାଦା ପାଇଁ ଆତଙ୍କବାଦୀଙ୍କ ସହ ହାତ ମିଳାଇବା ସହ ସହୟତା ବଦଳରେ ଆତଙ୍କବାଦୀ ଆକ୍ରମଣ ପାଇଁ ବିଭିନ୍ନ ଉପାୟରେ ସାହାଯ୍ୟ କରିଥିବା ନେଇ ପୋଲିସ କହିଛି। ପୋଲିସର କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର (ସିଆଇକେ) ବ୍ରାଞ୍ଚ ଦ୍ବାରା ଦାଏର ଏତଲାରେ କୁହାଯାଇଛି ‘ଯାଞ୍ଚ ବେ​‌ଳେ ଜଣାପଡ଼ିଛି ଅଭିଯୁକ୍ତ ପାକିସ୍ତାନରେ ଥିବା ବିଚ୍ଛିନତାବାଦୀ ନେତା ଏବଂ ଆତଙ୍କବାଦୀଙ୍କ ନିର୍ଦେଶ ଏବଂ ପରାମର୍ଶ ଗ୍ରହଣ କରୁଥିଲା। ଏହା ସହ ଆତଙ୍କବାଦ ବଢ଼ାଇବା ପାଇଁ ସୂଚନା ଦେଉଥିଲା।’ 

ଶ୍ରନଗରର ଏକ କୋର୍ଟରେ ଦାଖଲ କରାଯାଇଥିବା ଅଭିଯୋଗ ପତ୍ର ଅନୁସାରେ ପରା ଅନେକ ଇମେଲ୍‌ ଆଇଡି ମାଧ୍ୟମରେ ସୂଚନା ଦେଉଥିଲା। ସେଥିମଧ୍ୟରୁ ୩ଟି ଇମେଲ୍‌ ଆଇଡି  ସମ୍ପର୍କରେ ଜଣାପଡ଼ିଛି। ପୋଲିସ ୧୯ ପୃଷ୍ଠା ସମ୍ବଳିତ ଏକ ଅଭିଯୋଗ ପତ୍ର ଦାଖଲ କରି ଦର୍ଶାଇଛି, ‘୩ ଇମେଲ୍‌ ଆଇଡି ମାଧ୍ୟମରେ ପରା ଦ୍ବାରା କରାଯାଇଥିବା ଇମେଲ୍‌ ମାଧ୍ୟମରେ ସୂଚନା ପାଇବାକୁ ଗୁଗଲ ଆମେରିକାକୁ ଅନୁରୋଧ କରାଯାଇଛି।’ ସେପଟେ ଏହି ଅଭିଯୋଗକୁ ପରାର ଓକିଲଙ୍କ ସମେତ ପିଡିପି ଖଣ୍ଡନ କରିବା ସହ ଏହାକୁ ରାଜନୀତି ବୋଲି କହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.