ରାଜ୍ୟରେ ଘାତକ କୀଟନାଶକ ପାରାକ୍ୱେଟ୍ ବିକ୍ରି, ଉତ୍ପାଦନ ଓ ପ୍ରୟୋଗ ସଂପୂର୍ଣ୍ଣ ନିଷେଧ

Published By : Prameya-News7 Bureau | November 23, 2019 IST

ଭୁବନେଶ୍ୱର ୨୩।୧୧-  ଘାତକ କୀଟନାଶକ ପାରାକ୍ବେଟ୍  ହେଲା ସଂପୂର୍ଣ୍ଣ ନିଷେଧ । ପାରାକ୍ବେଟ୍ କୁ ରାଜ୍ୟରେ ବିକ୍ରି, ଉତ୍ପାଦନ ଓ ପ୍ରୟୋଗକୁ ସଂପୂର୍ଣ୍ଣ ନିଷେଧ କରିବାକୁ ଗତ କିଛି ମାସ ଧରି ନ୍ୟୁଜ୍  ସେଭେନର ଲଗାତାର ତାର ଅଭିଯାନ ଆରମ୍ଭ କରିଥିଲା। ଲୋକମାନଙ୍କୁ ସଚେତନ କରିବା ସହ,ପାରାକ୍ବେଟ୍  ସଂଷ୍ପର୍ସରେ ଆସି ଚାଷୀ ଓ ସାଧାରଣ ଲୋକ କିଭଳି ଆକ୍ରାନ୍ତ ଓ ମୃତ୍ୟୁ ମୁଖରେ ପଡୁଛନ୍ତି ସେ ସଂପର୍କରେ ବାରମ୍ବାର ଖବର ପ୍ରସାରଣ କରିଥିଲା । ଶେଷରେ ଏହି ଘାତକ କୀଟନାଶକକୁ ସରକାର ବ୍ୟାନ୍  କରିବାକୁ ଘୋଷଣା କରିବା ପରେ ଚାଷୀ ଆଶ୍ବସ୍ତ ହୋଇଛନ୍ତି …

{"id":188729,"sizeSlug":"large"}

ନ୍ୟୁଜ୍‌ ସେଭେନ୍‌ ଖବର ପ୍ରସାରଣର ପଡିଲା ପ୍ରଭାବ ।ରାଜ୍ୟରେ ସଂପୂର୍ଣ୍ଣ ବ୍ୟାନ୍ ହେଲା ଘାତକ କୀଟନାଶକ ପାରାକ୍ବେଟ୍‌। ରାଜ୍ୟ କୃଷି ଓ ଉତ୍ପାଦନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ପାରାକ୍ବେଟ୍‌ କୀଟନାଶକକୁ ସଂପୂର୍ଣ୍ଣ ବନ୍ଦ କରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ବିଭାଗ ଓ କୃଷି ବିଭାଗ ମିଳିତ ଭାବେ ଏହି ଘାତକ କୀଟନାଶକର କି ପ୍ରଭାବ ଚାଷ ଓ ଚାଷୀ ଉପରେ ପଡୁଛି ତାହା ଅନୁଧ୍ୟାନ କରିଥିଲା ।

{"id":188730,"sizeSlug":"large"}

ଏନେଇ ବୁର୍ଲା ଭୀମ୍‌ସାର, ଭୁବନେଶ୍ବର ଓୟୁଏଟି ରିପୋର୍ଟ ଦେଇଥିଲେ । ନ୍ୟୁଜ୍ ସେଭେନ୍ ବି ପାରାକ୍ବେଟର କୁ ପ୍ରଭାବ ସଂପର୍କରେ ବାରମ୍ବାର ଖବର ପ୍ରସାରଣ କରିଥିଲା । ସେହି ରିପୋର୍ଟ ଆଧାରରେ ପାରାକ୍ବେଟ୍କୁ ବ୍ୟାନ କରିଛନ୍ତି ସରକାର । ବିଳମ୍ବରେ ହେଲେ ମଧ୍ୟ ଏହି ଘାତକ କୀଟନାଶକକୁ ନିଷିଦ୍ଧ ଘୋଷଣା କରିଥିବାରୁ ଚାଷୀମାନେ ଖୁସି ବ୍ୟକ୍ତ କରିବା ସହ, ନ୍ୟୁଜ୍‌ ସେଭେନ୍‌କୁ ଏଥିପାଇଁ ଧନ୍ୟାବାଦ ଜଣାଇଛନ୍ତି ।

ଗତ କିଛି ମାସ ହେଲା ସମ୍ବଲପୁର, ବରଗଡ,ବଲାଙ୍ଗିର,ସୋନପୁର ଜିଲ୍ଲାରୁ ୧୮୭ଜଣ ପାରାକ୍ବେଟ୍ ଆକ୍ରାନ୍ତ ରୋଗୀ ବୁର୍ଲା ମେଡିକାଲ୍‌କୁ ଚିକିତ୍ସା ପାଇଁ ଆସିଥିଲେ । ସେମାନଙ୍କ ମଧ୍ୟରୁ ୧୮୪ଜଣ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ମୃତ୍ୟୁ ହୋଇଛି । ୩ ଜଣ ଗୁରୁତର ଲିଭର,କିଡ୍‌ନୀ ଓ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ଅଛନ୍ତି। ଏବେ ବି ବୁର୍ଲା ମେଡିକାଲ୍‌ରେ ଦୁଇ ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହି ଘାତକ କୀଟନାଶକ ସଂଷ୍ପର୍ସରେ ଆସିଲେ ମୃତ୍ୟୁ ସୁନିଶ୍ଚିତ ବୋଲି ଡାକ୍ତରମାନେ କୁହନ୍ତି। ଅନେକ କ୍ଷେତ୍ରରେ ସାଧାରଣ ଲୋକଙ୍କ ଶରୀରରେ ଏହି କୀଟନାଶକ ପ୍ରଭାବରେ ମାରାତ୍ମକ କ୍ୟାନସର୍‌ ସୃଷ୍ଟି ହେବାର ମଧ୍ୟ ଦେଖିବାକୁ ମିଳିଥାଏ ।

ପୂର୍ବରୁ କେରଳରେ ପାରାକ୍ବେଟ୍‌ କୀଟନାଶକର ବିକ୍ରି, ଉତ୍ପାଦନ ଓ ବ୍ୟବହାରକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ଆନ୍ଧ୍ରପ୍ରଦେଶ ଓ ପଞ୍ଜାବରେ ଏହାକୁ ବ୍ୟାନ୍‌ କରିବା ପକ୍ରିୟା ଆରମ୍ଭ ହୋଇଛି। ଏବେ ଓ଼ଡିଶାରେ ଏହାରି ବିକ୍ରି, ଉତ୍ପାଦନ ଓ ବ୍ୟବହାରକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯିବା ଦ୍ବାରା ଚାଷୀ ଓ ସାଧାରଣ ଲୋକ ଏହି ଘାତକ କୀଟନାଶକ ପ୍ରଭାବରୁ ରକ୍ଷା ପାଇପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.