ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ
17/07/2018 at 11:44 AM

ଆସନ୍ତା ୧୮ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ଚଳିତ ମୌସୁମୀ ଅଧିବେଶନରେ ସମୁଦାୟ ୧୮ଟି କାର୍ଯ୍ୟଦିବସ ରହିଛି। ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବିରୋଧୀ ଦଳଗୁଡ଼ିକର ହଟ୍ଟଗୋଳ ଯୋଗୁଁ ଏକପ୍ରକାର ଧୋଇ ହୋଇଯାଇଥିବା ବେଳେ ମୌସୁମୀ ଅଧିବେଶନକୁ ସୁଚାରୁ ରୂପେ ଚଳାଇବା ପାଇଁ ଆସନ୍ତାକାଲି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାରଙ୍କ ଦ୍ୱାରା ପୃଥକ୍ ଭାବେ ସର୍ବଦଳୀୟ ବୈଠକ ଡକାଯାଇଛି। ସର୍ବଦଳୀୟ ବୈଠକରେ ଲୋକସଭାରେ ବିଜୁ ଜନତା ଦଳର ନେତା ଭର୍ତ୍ତୃହରି ମହତାବ ଓ ରାଜ୍ୟସଭାରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ମୌସୁମୀ ଅଧିବେଶନରେ ବିଜେଡି ଦ୍ୱାରା ଏକାଧିକ ରାଜ୍ୟ ସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଭୟ ଗୃହରେ ଜୋରଦାର ଉପସ୍ଥାପନ କରାଯିବ ବୋଲି ଦଳୀୟ ସୁତ୍ରରୁ ଜଣାପଡ଼ିଛି।