Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ସଂସଦରେ ମୋଦିଙ୍କ ସର୍ବଦଳୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷକଙ୍କ ବୈଠକ ୧୯ରେ, ‘ଏକ ଦେଶ ଏକକ ନିର୍ବାଚନ’ ନେଇ ହେବ ଆଲୋଚନା

16/06/2019 at 4:16 PM

ନୂଆଦିଲ୍ଲୀ ୧୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ୧୯ ତାରିଖରେ ସମସ୍ତ ରାଜନୈତିକ ଦଳଙ୍କ ଜାତୀୟ ସଭାପତି  ବୈଠକ ଆହ୍ୱାନ କରିଛନ୍ତି। ସଂସଦରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ‘ଏକ ଦେଶ ଏକକ ନିର୍ବାଚନ’ ନେଇ ଆଲୋଚନା ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ରବିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହାଛଡା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ ନେଇ ମଧ୍ୟ  ବୈଠକରେ ଆଲୋଚନା ହେବ ବୋଲି କହିଛନ୍ତି ଯୋଶୀ। ସେହିପରି ଜୁନ ୨୦ ତାରିଖ ଦିନ ସଂସଦରେ ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦମାନଙ୍କର ଏକ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ଉଭୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ ବୋଲି ଯୋଶୀ କହିଛନ୍ତି।  

୨୦୨୨ରେ ଭାରତ ସ୍ୱାଧୀନତାର ୭୫ତମ ବାର୍ଷିକ ପାଳନ କରିବ। ସେହିପରି ମହାତ୍ମା ଗାନ୍ଧିଙ୍କ ଜନ୍ମର ଦେଢଶହ ବର୍ଷ ପୁରଣ ହେଉଥିବାରୁ ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ବୈଠକ ଡକାଇଛନ୍ତି। ଏଥିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଆଲୋଚନା କରାଯିବା ସହ ସମ୍ପର୍କିତ ପ୍ରସଙ୍ଗରେ ବିସ୍ତୃତ ଚର୍ଚ୍ଚା କରାଯିବ। ସେହିପରି ଗତ ସାଧାରଣ ନିର୍ବାଚନରେ ଅନେକ ନୂଆ ମୁହଁ ସଂସଦକୁ ନିର୍ବାଚିତ ହୋଇଛନ୍ତି। ‘ସହଯୋଗରେ ସରକାର’ ନୀତିରେ ବିଶ୍ୱାସ ରଖୁଥିବା ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ସେମାନଙ୍କ ବିଚାର ଓ ପରାମର୍ଶକୁ ଗୁରୁତ୍ୱ ଦିଆଯିବାକୁ ସର୍ବଦଳୀୟ ସାଂସଦଙ୍କ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଯୋଶୀ।

ସୋମବାର ଆରମ୍ଭ ହେବ ସଂସଦର ପ୍ରଥମ ଅଧିବେଶନ। ଏହି ଅଧିବେଶନ କାଳରେ ୨୦୧୯-୨୦ବର୍ଷ ନିମନ୍ତେ ସରକାର ସଂସଦରେ ବଜେଟ ଉପସ୍ଥାପନ କରିବେ। ଏଣୁ ଅଧିବେଶନ ପୂର୍ବରୁ ରବିବାର ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସଂସଦରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଜୁନ ୧୯ ଓ ୨୦ ତାରିଖ ବୈଠକ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସଂସଦର କାର୍ଯ୍ୟ ସୁରୁଖୁରରେ ସଞ୍ଚାଳନ ନିମନ୍ତେ ପ୍ରଧାନମନ୍ତ୍ରୀ ସମସ୍ତ ଦଳଙ୍କ ସହଯୋଗ କାମନା କରିଥିବା ଜଣାପଡିଛି।

   Related Posts