Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଏଥର ଶୀତ ଅଧିବେଶନରେ ବହିବ ଗରମ ହାଓ୍ୱା, କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ – ବିଭିନ୍ନ ପ୍ରସଙ୍ଗକୁ ନେଇ ସଜବାଜ ବିରୋଧୀ

17/11/2019 at 9:15 PM

ନୂଆଦିଲ୍ଲୀ ୧୭।୧୧ –  କାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ । ଏଥର ଶୀତ ଅଧିବେଶନ ଗରମ ହେବ ଏହା ଜଳ ଜଳ ହୋଇ ଦିଶୁଛି। କାରଣ ଅନେକ କିଛି ପ୍ରସଙ୍ଗ ରହିଛି ଯେଉଁଥିରେ ବିରୋଧୀ ଏବଂ ଶାସକ ଶିଙ୍ଗ ଲଢ଼ାଲଢ଼ି ହେବେ । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ, କାଶ୍ମୀର ପ୍ରସଙ୍ଗ, ରାଫେଲ ଡିଲ, ଦରଦାମ ବୃଦ୍ଧିକୁ ନେଇ ସରକାରଙ୍କୁ ଘେରି ପାରନ୍ତି  ବିରୋଧୀ । ଏପଟେ,  ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସଂସଦରେ ଉଠାଇବାକୁ ପ୍ରସ୍ତୁତ ।ଯେଉଁଥିରେ ରହିଛି କିଛି ଏମିତି ପ୍ରସଙ୍ଗ ଯାହାକି ରାଜ୍ୟର ସ୍ବାର୍ଥ ନେଇ ଦିଶା ନିର୍ଦ୍ଧାରଣ କରିବ।

ରାମ ମନ୍ଦିର ନେଇ ରାୟ ଆସିବା ପରେ ଅଧିବେଶନ। ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଫାଟିବା ପରେ ପ୍ରଥମ ଅଧିବେଶନ, ରାଫେଲ ମାମଲାରେ ରାୟ ଆସିବା ପରେ ପ୍ରଥମ ଅଧିବେଶନ। ତେଣୁ ଏଥର ଶିତ ଅଧିବେଶନରେ ବହିବ ଗରମ ହାୱା। ଦୁଇ ଦଶନ୍ଧିର ବିଜେପିର ପୁରୁଣା ମେଣ୍ଟ ସାଥୀ ଶିବସେନା ଏବେ ବିରୋଧୀ ପକ୍ଷରେ ବସିବାକୁ ଯାଉଛି। ଏହା ବ୍ୟତୀତ, ଦରଦାମ ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା ଏବଂ କାଶ୍ମୀର ପ୍ରସଙ୍ଗ ଗୃହରେ ଉଠିବାର ସମ୍ଭାବନା ରହିଛି । ଏହା ପୂର୍ବରୁ ଆଜି ସରକାର ଡାକିଥିବା ସର୍ବଦଳୀୟ ବୈଠକରେ ବିରୋଧୀ ସେମାନଙ୍କ ତେବର ଦେଖାଇଥିଲେ। ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିବା ପ୍ରଶ୍ନ କରିଥିଲେ। ସେପଟେ ପ୍ରଧାନମନ୍ତ୍ରୀ ଗୃହରେ ସମସ୍ତଙ୍କ ସହଯୋଗ ଚାହିଁଛନ୍ତି।  

ଓଡ଼ିଶାର ତିନି ମୁଖ୍ୟ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସର ସାଂସଦମାନେ ମଧ୍ୟ ଏଥର ସଂସଦରେ କି କି ପ୍ରସଙ୍ଗ ଉଠାଇବେ ସେ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ବିଜେଡି ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସହ,  ପୋଲାଭରମ, ଦୁବାଇରୁ ଭୁବନେଶ୍ବର ସିଧାସଳଖ ଫ୍ଲାଇଟ୍ ଚଳାଚଳ, ବାଲିଯାତ୍ରାକୁ ଜାତୀୟ ସ୍ତରୀୟ ମାନ୍ୟତା, ପିଡିଏଫ୍ ଚାଉଳ ଯୋଗାଣରେ ସବସିଡି ବାବଦକୁ ୨୦୧୭-୧୮ରେ ୨୧୨୩ କୋଟି ଓ ୨୦୧୮-୧୯ରେ ୧୩୪୫ କୋଟି ବାକି ପ୍ରସଙ୍ଗ ଉଠାଇବାକୁ ନିଷ୍ପତ୍ତି ନେଇଛି । ସେହିଭଳି, ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ବାକି ଥିବା ୨୧୨ କୋଟି ଓ ଅନ୍ୟାନ୍ୟ  ଯୋଜନା ପାଇଁ ୮୧୮ କୋଟି ଟଙ୍କା ବାକିଥିବା କେନ୍ଦ୍ରୀୟ  ପାଣ୍ଠି ପ୍ରସଙ୍ଗ ମଧ୍ୟ ଦଳ ଉଠାଇବ ।

ଏଥିସହ, କେନ୍ଦ୍ର ସରକାର ଦେଶର ୧୭ଟି ପର୍ଯ୍ୟଟନସ୍ଥଳୀକୁ ସ୍ବତନ୍ତ୍ର ମାନ୍ୟତା ଦେଇଥିବା ବେଳେ ସେଥିରେ ଓଡିଶାର କୋଣାର୍କ ଏବଂ  ଭିତରକନିକା କୁ ସ୍ଥାନ ନମିଳିବା ନେଇ ମଧ୍ୟ ବିଜେଡି ଗୃହରେ ସ୍ବର ଉତ୍ତୋଳନ କରିବ । ବିରୋଧୀ  କଂଗ୍ରେସ, ଗୁଣପୁର-ଥେରୁବାଲି ରେଳ ପ୍ରକଳ୍ପ, କୋରାପୁଟରେ ମେଡ଼ିକାଲ କଲେଜ ପ୍ରତିଷ୍ଠା, ଝୋଡିଆ ସଂପ୍ରଦାୟକୁ ଆଦିବାସୀ ମାନ୍ୟତା, ସ୍ବଦେଶ ଯୋଜନାରେ ରାଜ୍ୟର ଟ୍ରାଇବାଲ ଟୁରିଜମକୁ ସାମିଲ କରାଯିବାକୁ ଦାବି ରଖିବ । ତେବେ, ଉଭୟ କଂଗ୍ରେସ ଏବଂ ବିଜେପି ସଂସଦରେ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିବେ ବୋଲି କହିଛନ୍ତି ।

ନଭେମ୍ବର ୧୮ରୁ ଡିସେମ୍ବର ୧୩ ଯାଏଁ ଚାଲିବାକୁ ଥିବା ସଂସଦର ଏହି ଲମ୍ବା ଶୀତକାଳୀନ ଅଧିବେଶନରେ କେତେ ଦିନ ଗୃହ ସ୍ବାଭାବିକ ଭାବେ ଚାଲୁଛି ତାହା ଗୁରୁତ୍ବପୂର୍ଣ୍ଣ ।ସେପଟେ ରାଜ୍ୟସଭାକୁ ସୁରୁଖୁରରେ ଚଳାଇବା ଉଦ୍ଦେଶ୍ୟରେ ଅଧ୍ୟକ୍ଷ ଉପାରାଷ୍ଟ୍ରପତି ଏମ ଭେଙ୍କେୟା ନାଇଡୁ ମଧ୍ୟ ଏକ ବୈଠକ ଡାଇଥିଲେ।

   Related Posts