ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ : ବିଭିନ୍ନ ରାଜନୈତିକ ଦଳ ସହ ଆଲୋଚନା କରିବେ ରାଜ୍ୟସଭା ଅଧ୍ୟକ୍ଷ

Published By : Prameya-News7 Bureau | November 17, 2019 IST

ନୂଆଦିଲ୍ଲୀ ୧୭।୧୧: ଆସନ୍ତାକାଲିଠୁ ସଂସଦର ଶୀତକାଳୀନ ଅଧିବେଶନ ।ଏହା ପୂର୍ବରୁ ସରକାରଙ୍କ ପକ୍ଷରୁ  ସର୍ବଦଳୀୟ ବୈଠକ ଡକାଯାଇଛି ।ଅଧିବେଶନ ସୁରୁଖୁରୁରେ ଚାଲିବା ନେଇ ସବୁ ଦଳର ସହଯୋଗ ଲୋଡିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ଅଧିବେଶନରେ ୨୨ଟି ନୂତନ ବିଲ୍ ଉପସ୍ଥାପନ କରାଯିବ ଏବଂ ଏହାକୁ ପାରିତ୍ କରିବାକୁ ସରକାର ଲକ୍ଷ ରଖିଛନ୍ତି । ଏହା ସହ ରାଜ୍ୟସଭାରେ ବିଭିନ୍ନ ରାଜନୈତିକ ଦଳର ନେତାମାନଙ୍କ ସହ ଆଲୋଚନା କରିବେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ।

{"id":185437,"sizeSlug":"large"}

ଗତକାଲି ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଅଧିବେଶନ କେମିତି ସୂଚାରୁ ଭାବେ ଚାଲିବ ସେ ନେଇ ରୂପରେଖ ପ୍ରସ୍ତୁତ କରାଯାଇଛି । ବିରୋଧୀ ଯେଉଁ ପ୍ରସଙ୍ଗ ଉତଥାପନ କରିବେ, କାର୍ଯ୍ୟ ପରାମର୍ଶଦାତା କମିଟିରେ ସେଗୁଡିକର ଚର୍ଚ୍ଚା ହେବାପରେ ଗୃହରେ ଆଲୋଚନା ପାଇଁ ଅନୁମତି ଦିଆଯିବ ।ଏହା ସହ ସବୁ ରାଜନୈତିକ ଦଳଙ୍କୁ ସହଯୋଗ କରିବା ପାଇଁ ବାଚସ୍ପତି ନିବେଦନ କରିଛନ୍ତି ।ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.