୧୧ରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ନବୀନ ନିବାସରେ ହେଲା ବିଜେଡି ସଂସଦଦୀୟ ଦଳ ବୈଠକ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଅଭିଯାନ ଲାଗି ରଣନୀତି ପ୍ରସ୍ତୁତ

Published By : Prameya-News7 Bureau | December 09, 2018 IST

ଭୁବନେଶ୍ବର ୯|୧୨ : ଆସନ୍ତା ୧୧ ତାରିଖରୁ ପାର୍ଲାମେଣ୍ଟର ଶୀତ କାଳୀନ ଅଧିବେଶନ ଆରମ୍ଭ ହେଉଛି । ତେଣୁ ଆଜି ନବୀନ ନିବାସଠାରେବସିଥିଲା ବିଜେଡି ସଂସଦୀୟ ଦଳର ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକଅନୁଷ୍ଠିଠିତ ହୋଇଥିଲା । ବିଜେଡି ସଂସଦୀୟ ଦଳ ବୈଠକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ସହବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସ୍ବତନ୍ତ୍ର ରାଜ୍ୟ ପାହ୍ୟା,  ତିତ୍‌ଲି ସହାୟତା ଅର୍ଥ କେନ୍ଦ୍ରପ୍ରଦାନ ନକରିବା, ଧାନର ସହାୟକ ମୂଲ୍ୟ ବୃଦ୍ଧି, ରେଲୱେ ପ୍ରକଳ୍ପ କାମରେ ବିଳମ୍ବ, ଅନସୂଚିତ ଜାତିଓ ଜନଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତି ଅର୍ଥ କାଟ କରିବା, ବକ୍ସି ଜଗବନ୍ଧୁଙ୍କ ନାଁରେ ଟ୍ରେନଚଳାଚଳ କରିବା, କେନ୍ଦୁପତ୍ର ଉପରେ ଜିଏସ୍‌ଟି କମାଇବା, ମହାନଦୀ ଓ ପୋଲାଭରମ ଆଦି ପ୍ରସଙ୍ଗରେ ମଧ୍ୟଆଲୋଚନା ହୋଇଛି ।ଆଗାମୀ ଅଧିବେଶନରେ ସଂସଦରେ ଏସବୁ ପ୍ରସଙ୍ଗ ଉଠାଇବ ଦଳ ବୋଲି ନି ନିଷ୍ପତ୍ତି ହୋଇଛି।ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ନେଇ ବିଭିନ୍ନ ଦଳର ସହଯୋଗ ନିଆଯାଇ ପ୍ରସଙ୍ଗକୁ ଜୋରଦାରକରାଯିବ ବୋଲି ବୈଠକରେ ରଣନୀତି ପ୍ରସ୍ତୁତ ହୋଇଥିବା ସାଂସଦ ପ୍ରତାପ ଦେବ ବୈଠକ ପରେ ସୂଚନା ଦେଇଛନ୍ତି।

{"id":62310}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.