ସଂସଦର ଶୀତ ଅଧିବେଶନ ନଭେମ୍ବର ୧୮ ରୁ

Published By : Prameya-News7 Bureau | October 21, 2019 IST

ନୂଆଦିଲ୍ଲୀ ୨୧।୧୦: ସଂସଦର ଶୀତକାଳିନ ଅଧିବେଶନ ଆସନ୍ତା ନଭେମ୍ବର ୧୮ ତାରିଖରୁ ଆରମ୍ଭ ହେବ। ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ଉଭୟ ଗୃହର ସଚିବଙ୍କୁ ଅବଗତ କରାଇଛନ୍ତି। 

ତେବେ ଗତ ୨ ବର୍ଷ ହେଲା ସଂସଦର ଏହି ଅଧିବେଶନ ୨୧ ନଭେମ୍ବରରୁ ଆରମ୍ଭ ହୋଇ ଜାନୁୟାରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲୁଥିଲା। ସୂଚନା ଯୋଗ୍ୟ ଯେ ମୋଦି ସରକାର ଦ୍ୱିତୀୟବାର କ୍ଷମତାକୁ ଆସିବା ପରେ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ ୧୭ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ଏହି ଅଧିବେଶନରେ ଦ୍ୱିତୀୟ ପାଳି ସରକାରର ପ୍ରଥମ ବଜେଟ ଉପସ୍ଥାପିତ ହୋଇଥିବା ବେଳେ ଅଧିବେଶନ ଶେଷ ହେବା ପୂର୍ବଦିନ ଅର୍ଥାତ ଅଗଷ୍ଟ ୫ ତାରିଖ ଦିନ ଜମ୍ମୁ-କାଶ୍ମୀର ଲାଗି ଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ପ୍ରତ୍ୟାହାର ନେଇ ପ୍ରସ୍ତାବ ଉପସ୍ଥାପନା ସହ ଗୃହୀତ କରାଯାଇଥିଲା। ଏହା ସହ ରାଜ୍ୟକୁ  ଲଦ୍ଦାଖ ଓ ଜମ୍ମୁ-କାଶ୍ମୀ ଭାବରେ  ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.