Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||

ରାଜ୍ୟସଭାରେ ଏସ୍‌ପିଜି ସଂଶୋଧନ ବିଲ୍ ପାରିତ

3/12/2019 at 9:22 PM

ନୂଆଦିଲ୍ଲୀ ୦୩।୧୨-  ରାଜ୍ୟସଭାରେ ଏସପିଜି ସଂଶୋଧନ ବିଲ୍ ୨୦୧୯ ପାସ୍। ପୂର୍ବରୁ ଏହି ବିଲ୍ ଲୋକସଭାରେ ପାରିତ ହୋଇଥିଲା। ଏସପିଜି ସଂଶୋଧନ ବିଲ୍ କୌଣସି ରାଜନୈତିକ ଆକ୍ରୋଶ ରଖି କରାଯାଇନି ବୋଲି ରାଜ୍ୟସଭାରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

 ‘ଗାନ୍ଧୀ ପରିବାରକୁ ଧ୍ୟାନରେ ରଖି ଏହି ବିଲ୍ ଆସିନାହିଁ। ଏହି ବିଲ୍ ସହ ଗାନ୍ଧୀ ପରିବାର କୌଣସି ସମ୍ପର୍କ ନାହିଁ।’ ଶାହା ଆହୁରି ମଧ୍ୟ କହିଥିଲେ ଏସପିଜି ବିଲରେ ପୂର୍ବରୁ ୪ଥର କରାଯାଇଥିବା ପରିବର୍ତ୍ତନ ଏକ ପରିବାରକୁ ଧ୍ୟାନରେ ରଖି କରାଯାଇଥିଲା। କିନ୍ତୁ ଏଥର ସେମିତି ହୋଇନାହିଁ।

 ସୁରକ୍ଷା ସମସ୍ତଙ୍କୁ ମିଳିବା ଆବଶ୍ୟକ। କେବଳ କଂଗ୍ରେସକୁ ନୁହେଁ। ୧୩୦ କୋଟି ଦେଶବାସୀଙ୍କ ସୁରକ୍ଷା  ମୋଦୀ ସରକାରଙ୍କର ଦାୟିତ୍ବ  ବୋଲି କହିଛନ୍ତି ଅମିତ ଶାହ। କଂଗ୍ରେସ ଉପରେ ବର୍ଷିଥିଲେ ଅମିତ ଶାହ। ଏସପିଜି ବିଲରେ ପୂର୍ବରୁ ୪ଥର କରାଯାଇଥିବା ପରିବର୍ତ୍ତନ ଏକ ପରିବାରକୁ ଧ୍ୟାନରେ ରଖି କରାଯାଇଥିଲା କହିଛନ୍ତି  ଅମିତ ଶାହ। ବିଲକୁ ବିରୋଧ କରି କଂଗ୍ରେସ କଂଗ୍ରେସ କକ୍ଷ୍ୟତ୍ୟାଗ କରିଛି।

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ନୂଆଦିଲ୍ଲୀ ସ୍ଥିତ ଲୋଧି ଇଷ୍ଟେଟ୍ ବାସଭବନ ସମ୍ମୁଖରେ ସୁରକ୍ଷା ଉଲଙ୍ଘନ ନେଇ ରାଜ୍ୟ ସଭାରେ ଆଲୋଚନା ହୋଇଛି । ଏନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମୀତ ସାହା । ଗତ ସପ୍ତାହରେ ଏକ କଳା ରଙ୍ଗର କର ପ୍ରୀୟଙ୍କା ଗାନ୍ଧି ଭଦ୍ରାଙ୍କ ଘର ମ୍ମୁଖରେ ସୁରକ୍ଷା ବଳୟ ଡେଇ ଚାଲି ଯାଇଥିଲା । ଏହି ଘଟଣାରେ ୩ଜଣ ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆ ଯାଇଛି । ଆଜି ଏସପିଜି ସମ୍ପର୍କିତ ବିଲ ଆଲୋଚନା ବେଳେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମତି ଶାହା

   Related Posts