ପେଟ୍ରୋଲ, ଡିଜେଲ LPG ମୂଲ୍ୟବୃଦ୍ଧି ପ୍ରସଙ୍ଗ: ତୁରନ୍ତ ଆଲୋଚନା ଦାବିରେ ମଙ୍ଗଳବାର ସଂସଦ ଅଚଳ କଲେ ବିରୋଧୀ

Published By : Prameya-News7 Bureau | March 09, 2021 IST

ନୂଆଦିଲ୍ଲୀ ୯।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଦ୍ୱିତୀୟ ଦିନ ମଙ୍ଗଳବାର ପେଟ୍ରୋଲ, ଡିଜେଲ ଓ ଏଲପିଜି ମୂଲ୍ୟ ବୃଦ୍ଧିକୁ ନେଇ ବିରୋଧୀ ସଂସଦ ଅଚଳ କରିଛନ୍ତି। ବିରୋଧୀ ଦଳ ପ୍ରସଙ୍ଗରେ ତୁରନ୍ତ ଆଲୋଚନା ଦାବି କରିଥିଲେ।  ପ୍ରସଙ୍ଗକୁ ନେଇ ଉଭୟ ଲୋକସଭା ଓ ରାଜ୍ୟସଭାରେ ହଟ୍ଟଗୋଳ ହେବାରୁ ଗୃହ କାର୍ଯ୍ୟ ବାଧିତ ହୋଇଛି। ଉଭୟ ଗୃହ ଲଗାତାର ୩ ଥର ସ୍ଥଗିତ ହେବା ପରେ ଦିନକ ଲାଗି ମୂଲତବୀ ହୋଇଯାଇଛି।

ମଙ୍ଗଳବାର ସକାଳେ ରାଜ୍ୟସଭାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ଦଳ ସାସଂଦମାନେ ଦେଇଥିବା ପେଟ୍ରୋଲିୟମ ପଦାର୍ଥର ମୂଲ୍ୟବୃଦ୍ଧି ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ପ୍ରସଙ୍ଗ ଉଠାଇଥିଲେ। ତେବେ ଗୃହରେ ଅଧ୍ୟକ୍ଷତା କରୁଥିବା ହରିବଂଶ ନାରାୟଣ ସିଂହ ଏ ନେଇ ଗୃହର ଅଧ୍ୟକ୍ଷ ପ୍ରଥମରୁ ରୁଲିଂ ଦେଇସାରିଥିବା ଓ ପ୍ରସଙ୍ଗରେ ବିରୋଧୀ ଦଳଙ୍କ ପ୍ରସ୍ତାବକୁ ଆଲଚୋନା ଲାଗି ଅନୁମତି ଦିଆଯାଇପାରିବ ନାହିଁ ବୋଲି କହିଥିଲେ। ଏଥିରେ ବିରୋଧୀ ଦଳ ସଦନରେ ହଟ୍ଟଗୋଳ କରିବାରୁ ମଧ୍ୟାହ୍ନ ୧୨ଟାରେ ଗୃହକୁ କିଛି ସମୟ ଲାଗି ସ୍ଥଗିତ ରଖାଯାଇଥିଲା। ତେବେ ପରେ ୨ଟା ବେଳେ ପୁଣି କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିରୋଧୀ ପୂର୍ବପରି ହଟ୍ଟଗୋଳ କରିବାରୁ ପୁଣି ଗୃହକୁ କିଛି ସମୟ ମୁଲତବୀ କରାଯାଇଥିଲା।

{"id":420425,"sizeSlug":"large","linkDestination":"none"}

ପରେ ଅପରାହ୍ନ ଅଧିବେଶନରେ ଗୃହ କାର୍ଯ୍ୟ ଆରମ୍ଭ ହେବାରୁ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦରେ ମଧ୍ୟସ୍ଥତା ଓ ବୁଝାମଣା ବିଧେୟକକୁ ଗୃହୀତ କରିବା ଲାଗି ଉପସ୍ଥାପନ କରିଥିଲେ।   ଏହା ଉପରେ ଆଲୋଚନା କରି ଗୃହୀତ କରାଇବାକୁ ଗୃହକୁ ଅନୁରୋଧ କରିବାରୁ ଉପାଧ୍ୟକ୍ଷ ଏଥିଲାଗି ଅନୁମତି ଦେଇଥିଲେ। ହେଲେ ଏଥିରେ କଂଗ୍ରେସ ରାସ୍ତା ଅଟକାଇଥିଲା। 

କଂଗ୍ରେସ ଉପନେତା ଆନନ୍ଦ ଶର୍ମା ପ୍ରସଙ୍ଗରେ ଜନତାଙ୍କ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବା ବିରୋଧୀ ଦଳଙ୍କ ଅଧିକାର ବୋଲି କହିଥିଲେ। ଯେଉଁ ପର୍ଯ୍ୟନ୍ତ ପ୍ରସଙ୍ଗରେ ସଂସଦର ଗତିରୋଧ ସମାପ୍ତ ନ ହୋଇଛି ସେ ପର୍ଯ୍ୟନ୍ତ କୌଣସି ବିଧେୟକକୁ ଉପସ୍ଥାପନ କରି ଚର୍ଚ୍ଚା କରିବା ଅଥବା ଗୃହୀତ କରିବା ସଂସଦୀୟ ପରମ୍ପରାର ବିରୋଧୀ ବୋଲି କହିଥିଲେ। ବିପକ୍ଷଙ୍କ ଅସନ୍ତୋଷ ଓ ହଟ୍ଟଗୋଳରେ ଗୃହର କାର୍ଯ୍ୟ ଦିନକ ଲାଗି ମୁଲତବୀ ହୋଇଯାଇଛି।

{"id":420426,"width":577,"height":349,"sizeSlug":"large","linkDestination":"none"}

ମଙ୍ଗଳବାର ପେଟ୍ରୋଲିୟମ ପଦାର୍ଥ ମୂଲ୍ୟବୃଦ୍ଧିକୁ ନେଇ ଲୋକସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ଗୃହରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ କଂଗ୍ରେସ ସାଂସଦମାନେ କେନ୍ଦ୍ରସ୍ଥଳରେ ପହଞ୍ଚି ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ। ଏଥିରେ କଂଗ୍ରେସକୁ ଡିଏମକେ, ଏନସିପି ଓ ତୃଣମୂଳ କଂଗ୍ରେସ ପାର୍ଟି ମଧ୍ୟ ସହଯୋଗ କରିଥିଲା। ଲୋକସଭା ଅଧ୍ୟକ୍ଷ ଓମ ବିରଳା ବିରୋଧୀଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ। ତେବେ କଂଗ୍ରେସ ଓ ଡିଏମକେ ପ୍ରସଙ୍ଗରେ ଆଲୋଚନା ଦାବି କରି ଜିଦରେ ଅଡି ରହିବାରୁ ଦୁଇଥର ଗୃହ ସ୍ଥଗିତ ରହିବା ପରେ ତୃତୀୟ ଥର ବେଳକୁ ମୁଲତବୀ କରିଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.