Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||

୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲେ ବାଚସ୍ପତି : ବିଜେପି ଉଠାଇଲା ପ୍ରଶ୍ନ

24/03/2019 at 9:21 AM

ଭୁବନେଶ୍ବର ୨୪/୩: ବିଜେଡ଼ିରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଥିବା ୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି ବିଧାନସଭା ବାଚସ୍ପତି ପ୍ରଦୀପ ଅମାତ। ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ପିଟିସନ ଆଧାରରେ ଶନିବାର ରାତିରେ ବିଧାୟକମାନଙ୍କ ସଭ୍ୟ ପଦକୁ ରଦ୍ଦ କରାଯାଇଛି।

ନିଜ ଇଚ୍ଛାରେ ବିଜେଡ଼ିରୁ ଇସ୍ତଫା ଦେଇଥିବା ଆସିକା ବିଧାୟକ ଦେବରାଜ ମହାନ୍ତି,ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ,ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ,ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ଶନିବାର ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବାଚସ୍ପତି ପ୍ରଦୀପ ଅମାତଙ୍କ ପାଖରେ ପିଟିସନ ଦାୟର କରିଥିଲେ। ଏନେଇ ଅମର ପ୍ରସାଦ ଶତପଥୀ କହିଥିଲେ,ଏହି ୫ ବିଧାୟକ ଲୋକମତକୁ ଉପେକ୍ଷା କରି ସ୍ବଇଚ୍ଛାରେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଇଛନ୍ତି। ୨୦୧୪ରେ ମିଳିଥିବା ଜନମତକୁ ବିଭ୍ରାନ୍ତ କରି ଅନ୍ୟ ଦଳରେ ସାମିଲ ହୋଇଥିବାରୁ ବିଜେଡ଼ି ଟିକେଟରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଆଉ ବିଧାୟକ ହୋଇ ରହିବାର ଅଧିକାର ନାହିଁ।

ଅପରପକ୍ଷେ ଉପ ସଭାପତି ପୀତାମ୍ବର ଆଚାର୍ଯ୍ୟ ପ୍ରଶ୍ନ ଉଠାଇ କହିଛନ୍ତି ଯେ ‘ପରାଜୟର ଭୟ ବିଜେଡ଼ିକୁ ଏତେ ଜୋରରେ ଘାରିଲାଣି ଯେ ବର୍ତ୍ତମାନ ସେ ଭୋକ ବିକଳରେ ତାଟିଆ କାମୁଡ଼ୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ୟାରୀମୋହନଙ୍କ ବିଦ୍ରୋହ ଭାବକୁ ବୋଧେ ନବୀନ ବାବୁ ଏବଂ ତାଙ୍କ ଦଳ ଏବଂ ମାନ୍ୟବର ବାଚସ୍ପତି ଭୁଲିଗଲେଣି। ୨୦୧୨ମସିହା ମଇ ୨୯ତାରିଖ ଦିନ ପ୍ୟାରୀମୋହନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିତାଡ଼ିତ କରିବାକୁ ଷଡ଼ଯନ୍ତ୍ର କରିଥିଲେ। ଏହାର ୨ଦିନ ପରେ ତତ୍କାଳୀନ ଏନସିପି ଦଳର ୪ଜଣ ବିଧାୟକଙ୍କୁ ତରବରିଆଭାବେ ନବୀନ ପଟ୍ଟନାୟକ ନିଜ ଦଳରେ ସାମିଲ କରିଥିଲେ। ସେତେବେଳେ  ବାଚସ୍ପତି କାହିଁକି ୪ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିନଥିଲେ’ ବୋଲି ପ୍ରଶ୍ନ କରିଛନ୍ତି ପୀତାମ୍ବର ଆଚାର୍ଯ୍ୟ। ସେହିଭଳି ନିକଟରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଥିବା ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ଏବଂ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କ ସମ୍ପର୍କରେ ପୀତାମ୍ବର ପ୍ରଶ୍ନ ଉଠାଇଛନ୍ତି।  

   Related Posts