ଶୀଘ୍ର ଆରମ୍ଭ ହେବ ମୌସୁମି ଅଧିବେଶନ, କିଛି ଦିନରେ ପ୍ରସ୍ତୁତ ହୋଇଯିବ ‘କରୋନା ପ୍ରୁଫ’ ଗୃହ

Published By : Prameya-News7 Bureau | August 16, 2020 IST

ନୂଆଦିଲ୍ଲୀ ୧୬।୦୮: ରାଜ୍ୟସଭା ସଭାପତି ଏମ ଭେଙ୍କେୟା ନାଇଡୁ ସଂସଦର ମୌସୁମି ଅଧିବେଶନ ପାଇଁ ଅଗଷ୍ଟ ତୃତୀୟ ସପ୍ତାହ ସୁଦ୍ଧା ପ୍ରସ୍ତୁତି ପୂରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସଭା ସଚିବାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି ଯେ ଗୃହ କକ୍ଷରେ ଚାରୋଟି ବଡ ଡିସପ୍ଲେ ସ୍କ୍ରିନ୍ ଓ ଛଅ ଅତିରିକ୍ତ ଛୋଟ ସ୍କ୍ରିନ୍କୁ ଗୃହର ଚାରି ଗ୍ୟାଲେରିରେ ଲଗାଇବାକୁ ନିର୍ଦ୍ଦେଶ ମିଳିଛି। ଏହା ବ୍ୟତୀତ ଗ୍ୟାଲେରୀରେ ଶୁଣା ଯନ୍ତ୍ର, ସୂକ୍ଷ୍ମକୀଟାଣୁନାଶକ ଅଲଟ୍ରା ଭାୟୋଲେଟ୍ ବିକିରଣ, ଅଡିଓ-ଭିଜୁଆଲ ସିଗ୍ନାଲକୁ ଲୋକସଭା ଓ ରାଜ୍ୟସଭାର ମଧ୍ୟ ଭାଗରେ ଟ୍ରାନ୍ସମିଟ୍ କରିବାକୁ କୁହାଯାଇଛି। ଏହା ସହିତ ସ୍ପେଶାଲ କେବୁଲ୍ସ, ପଲି କାର୍ବୋନେଟ୍ ସିଟ୍ ଜରିଆରେ ଗୃହର କକ୍ଷକୁ ଅଧିକାରୀ ଗ୍ୟାଲେରୀରୁ ଅଲଗା କରାଯିବା କାମ ମଧ୍ୟ ଜାରି ରହିଛି।

ରାଜ୍ୟସଭା ସଭାପତି ଭେଙ୍କେୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ ବିର୍ଲା ଜୁଲାଇ ୧୭ରେ ଆୟୋଜିତ ବୈଠକରେ ମୌସୁମି ଅଧିବେଶନ ଆୟୋଜିତ କରିବାର ବିକଳ୍ପ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଏହା ପରେ ପ୍ରଚଳିତ କଟକଣା ଆଧାରରେ ଅଧିବେଶନ ପାଇଁ ଉଭୟ ଗୃହକୁ ସଂକ୍ରମଣ ମୁକ୍ତ କରିବ ଦୀର୍ଘ ସମୟ ଧରି ବସିବା ଯୋଗ୍ୟ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ଏହା ପୂର୍ବରୁ ସୂଚନା ମିଳିଥିଲା ମୌସୁମି ଅଧିବେଶନ ପ୍ରାୟ ଏକ ମାସ ଧରି ଚାଲିବ।

ଉଲ୍ଲେଖନୀୟ ମୌସୁମି ଅଧିବେଶନ ସାଧାରଣତଃ ଜୁଲାଇ ମାସରେ ଆାୟୋଜିତ ହୁଏ। ମାତ୍ର ଦେଶରେ କରୋନା ଭାଇରସ୍‌ର ପ୍ରକୋପ କାରଣରୁ ସଂସଦର ମୌସୁମି ଅଧିବେଶନରେ ବିଳମ୍ବ ଘଟିଛି। ଏହି ଅଧିବେଶନକୁ ଡକାଯିବା ପୂର୍ବରୁ ପୂରା ପ୍ରସ୍ତୁତି କରାଯାଇଛି। ଗତ ଅନେକ ଦିନ ହେବ ରାଜ୍ୟସଭା ଓ ଲୋକସଭା ଅଧ୍ୟକ୍ଷ ମୌସୁମି ଅଧିବେଶନ ପାଇଁ ପ୍ରସ୍ତୁତି କରିବାକୁ କ୍ରମାଗତ ବୈଠକ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.