Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ମହଙ୍ଗା ପଡିଲା ମନ୍ତ୍ରୀଙ୍କ ହାତରୁ ପେପର ଛଡାଇନେବା, TMC ସାଂସଦ ଶାନ୍ତନୁ ସେନ୍ ରାଜ୍ୟସଭାରୁ ସସ୍‌ପେଣ୍ଡ

23/07/2021 at 12:13 PM

ନୂଆଦିଲ୍ଲୀ ୨୩/୦୭: ମୌସୁମୀ ଅଧିବେଶନରେ ଶେଷ ପର୍ଯ୍ୟନ୍ତ ନିଲମ୍ୱିତ ହେଲେ TMC ସାଂସଦ ଶାନ୍ତନୁ ସେନ୍ । ରାଜ୍ୟସଭାରେ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷବ ହାତରୁ ପେପର ଛଡାଇନେଇଥିବା ଅଭିଯୋଗରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ତାଙ୍କର ବିଶୃଙ୍ଖଳୀୟ ଆଚରଣ ପାଇଁ ନିଲମ୍ୱିତ ହୋଇଛନ୍ତି TMC ସାଂସଦ । ଆଜି ଅଧିବେଶନ ଆରମ୍ଭରୁ ଗୃହରେ ଜୋରଦାର ହଙ୍ଗାମା ହୋଇଥିଲା ।

ପ୍ରଥମେ ନିଲମ୍ବନ ପ୍ରସ୍ତାବ ପାରିତ ହେବା ପରେ ଅଶ୍ଳୀଳ ଆଚରଣ ପାଇଁ TMC ଶାନ୍ତନୁ ସେନଙ୍କୁ ସଂସଦର ସମଗ୍ର ଅଧିବେଶନ ପାଇଁ ନିଲମ୍ବିତ କରାଯାଇଛି । ସୂଚନା ଥାଉକି, ଗତକାଲି ରାଜ୍ୟସଭାରେ ଚାଲିଥିବା ପ୍ରକ୍ରିୟା ସମୟରେ ଶାନ୍ତନୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜ ଛଡ଼ାଇ ନେଇ ଉପରକୁ ଫିଙ୍ଗିଥିଲେ । ପେଗାସସ୍ ସଫ୍ଟୱେର୍ ମାଧ୍ୟମରେ ଭାରତୀୟଙ୍କ ଗୁପ୍ତଚର ଖବର ଏବଂ ଏହି ପ୍ରସଙ୍ଗରେ ବିରୋଧର ଅଭିଯୋଗ ସମ୍ପର୍କରେ ବୈଷ୍ଣବ ଉପର ଗୃହରେ ଏକ ବିବୃତ୍ତି ଦେଉଥିଲେ ।

ଗତକାଲି ଅପରାହ୍ନରୁ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଡେପୁଟି ଚେୟାରମ୍ୟାନ୍ ବୈଷ୍ଣବଙ୍କ ନାଁ ଡାକିଥିଲେ । ଏଥିସହିତ ତ୍ରୁଣମୂଳ କଂଗ୍ରେସର ସଦସ୍ୟ ତଥା କିଛି ବିରୋଧୀ ଦଳ ପୋଡିୟମ ନିକଟରେ ସ୍ଲୋଗାନ ଦେଇଥିଲେ । ଏହି ସମୟରେ ତ୍ରୁଣମୂଳ କଂଗ୍ରେସ ସଦସ୍ୟ ଶାନ୍ତନୁ ସେନ ବିବୃତ୍ତିର ନକଲକୁ କେନ୍ଦ୍ର ମନ୍ତ୍ରୀଙ୍କ ହାତରୁ ଘୋଷାଡି ନେଇ ଖଣ୍ଡ ଖଣ୍ଡ କରି ଫିଙ୍ଗି ଦେଇଥିଲେ। ଏହି ପରିସ୍ଥିତିରେ ବୈଷ୍ଣବ ବିବୃତ୍ତିର ନକଲକୁ ଗୃହର ଉପସ୍ଥାପନ କରିଥିଲେ ।

   Related Posts