ପାର୍ଲିଆମେଣ୍ଟର ମୌସୁମି ଅଧିବେଶନରେ ଅନୁସୂଚ୍ଚିତ ଜାତି ଜନଜାତି ବିଲ୍‌ ପାସ୍‌ ନେଇ ସରକାର ଆଶାବାଦି

Published By : Prameya-News7 Bureau | August 02, 2018 IST

ପାର୍ଲାମେଣ୍ଟର ମୌସୁମି ଅଧିବେଶନରେ ଅନୁସୂଚ୍ଚିତ ଜାତି ଜନଜାତି ବିଲ୍‌ ପାସ୍‌ ନେଇ ସରକାର ଆଶାବାଦି । ଆସାମର ନାଗରିକ ତାଲିକା ଏବଂ ନ୍ୟାସନାଲ ରେଜିଷ୍ଟର ଅଫ୍ ସିଟିଜେନ୍ସ ନେଇ ହଟଚମଟ ଏବଂ ମୁଲତି ପରେ ଆଜି ସସଦର ଉଭୟ ଗୃହ ଆରମ୍ଭ ହୋଇଛି । ଏହି ଅଧିବେଶନରେ ଗୃହରେ ଏସସି-ଏସଟି ବିଲ୍ ଗୃୀତ ହେବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ପ୍ରଶ୍ନର ଉତ୍ତର ରଖି ରାଜନାଥ କହିଛନ୍ତି ଏନଡିଏ ସରକାର ଏହି ବିଲ୍‌ ଚଳିତ ଅଧିବେଶନରେ ଗୃହୀତ କରାଇବା ନେଇ ଆଶାବାଦି । ତେବେ ଏନଆରସି ପ୍ରସଙ୍ଗରେ ରାଜ୍ୟସଭାକୁ କଂଗ୍ରେସ ଏବଂ ଟିଏମସି ସଦସ୍ୟ ମାନେ ଏକ ପ୍ରକାର ଅଚଳ କରିବା ପରେ ଆଜି ଗୃହ ସ୍ବାଭାବିକ ରହିଛି । ତଥାପି ଆନ୍ଧ୍ର ପ୍ରଦେଶର ଟିଡିପି ସାଂସଦମାନେ ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ୟପାହ୍ୟା ଦାବିରେ ସଂସଦ ପରିସର ସ୍ଥ ମହାତ୍ମା ଗାନ୍ଧି ପ୍ରତିମୂରତ୍ତି ତଳେ ଧାରଣା ଜାରି ରଖିଛନ୍ତି । ଲୋକସଭାରେ ଅସାଉଦ୍ଦିନ ଓଏସିସ୍ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.