Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ସଂସଦର ମୌସୁମୀ ଅଧିବେସନ ଅଗଷ୍ଟରେ, ଜାଣନ୍ତୁ କିପରି ହେବ ବୈଠକ

8/07/2020 at 7:52 PM

ନୂଆଦିଲ୍ଲୀ ୮।୭: ସଂସଦର ମୌସୁମୀ ଅଧିବେସନ ଅଗଷ୍ଟ ତୃତୀୟ ଅଥବା ଶେଷ ସପ୍ତାହରେ ଆହ୍ୱାନ କରିବା ଲାଗି କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏହି ଅଧିବେସନ ୧ ମାସ ଧରି ଅନୁଷ୍ଠିତ ହେବ। ସଂସଦୀୟ ପରମ୍ପରା ଅନୁସାରେ  ସେପ୍ଟେମ୍ବର ୨୩ରେ ସମାପ୍ତ ହେବାକୁ ଥିବା ଅଧିବେସନ ବୈଶ୍ୱିକ ମହାମାରୀରେ କିପରି ଆୟୋଜନ ହେବ ତାହାହିଁ ଏବେ ଚିନ୍ତାର କାରଣ ପାଲଟିଛି। ତେବେ ପ୍ରଥମଥର  ଏହି ଅଧିବେସନ ହାଇବ୍ରିଡ ହୋଇପାରେ। ଅର୍ଥାତ୍  ଅଧା ଭୌତିକ ବାକି ଅଧା ଭର୍ଚୁଆଲ ବୈଠକ କରିବା ଲାଗି ହୁଏତ ନିଷ୍ପତ୍ତି ନିଆଯାଇପାରେ ବୋଲି ଏବେ ଆକଳନ କରାଯାଉଛି।

ଅଧିବେଶନ କାଳରେ ସରକାର ଉଭୟ ସଦନରେ ୧୧ଟି ଅଧ୍ୟାଦେଶ ଗୃହୀତ କରିବାକୁ ଯୋଜନା କରିଛନ୍ତି। ସରକାରଙ୍କ ପ୍ରସ୍ତାବିତ ଅଧ୍ୟାଦେଶକୁ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍‌ଙ୍କ ମଞ୍ଜୁରି ମିଳିଛି।  ତେବେ କରୋନାରେ ଅଧିବେସନ କିପରି ଆୟୋଜନ ହେବ ତାହାହିଁ ସବୁଠୁ ବଡ ପ୍ରଶ୍ନ ପାଲଟିଥିବା ବେଳେ ରାଜ୍ୟସଭା ବାଚସ୍ପତି ଏମ୍.ଭେଙ୍କୟା ନାୟଡୁ ବିଭିନ୍ନ ବିକଳ୍ପ ନେଇ ଅଧିକାରୀଙ୍କ ସହ ଦୀର୍ଘ ଆଲୋଚନା କରିଛନ୍ତି।

କରୋନା ଲାଗି ସାମାଜିକ ଦୂରତା ପାଳନ ଜରୁରି। ଏଣୁ ନିୟମକୁ ପାଳନ କରି ମୁଖ୍ୟ ହଲରେ ୧୨୭ ସଦସ୍ୟଙ୍କୁ ବସା ଯାଇପାରିବ। ବାକି ସଦସ୍ୟଙ୍କୁ ସଂସଦର ବିଭିନ୍ନ ଗ୍ୟାଲେରୀରେ ବସାଇ ଅଧିବେସନ ଚଳାଯାଇପାରିବ ବୋଲି ପରାମର୍ଶ ଦିଆଯାଇଛି। ଏଥିରେ ମିଡିଆ ଗ୍ୟାଲେରିରେ ମଧ୍ୟ ସାମାଜିକ ଦୂରତା କଡାକଡି ପାଳନ ହେବ। ଏହି ଅଧିବେସନରେ ଡିଜିଟାଲ ଉପାୟ ସୀମିତ ଅବଲମ୍ବନ କରାଯାଇପାରିବ ବୋଲି ମଧ୍ୟ ଚର୍ଚ୍ଚା ହୋଇଛି।

ଆଲୋଚନା ଅନୁସାରେ ମୁଖ୍ୟ ହଲରେ ୧୨୭ ଜଣ ସଦସ୍ୟଙ୍କ ବସିବା ବ୍ୟବସ୍ଥା କରାଯିବା ପରେ ବାକି ସଦସ୍ୟଙ୍କୁ କେନ୍ଦ୍ରୀୟ ହଲ ଅଥବା ବାଲୟୋଗୀ ସଭାଗାରରେ ବସାଇ ଡିଜିଟାଲ ଉପାୟରେ ସଂସଦ ଚଳାଯାଇପାରିବ। ତେବେ ଏନଆଇଏସ୍ ଉପରେ ବଢୁଥିବା ଚାପକୁ ଦୃଷ୍ଟିରେ ରଖି ଅଧିବେସନରେ ଡିଜିଟାଲର ସୀମିତ ଉପଯୋଗ ଉପରେ ଜୋର ଦିଆଯାଇଛି। ତେବେ ପରେ ଏ ନେଇ ବିସ୍ତୃତ ନିଷ୍ପତ୍ତି ହୋଇପାରେ।  

   Related Posts