Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ, ସୁପାରିସ କଲେ ସଂସଦୀୟ ବ୍ୟାପାର କମିଟି

2/07/2021 at 8:12 PM

ନୂଆଦିଲ୍ଲୀ ୨।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହେବ। ଏଥିଲାଗି ସଂସଦୀୟ ବ୍ୟାପାର ମନ୍ତ୍ରୀମଣ୍ଡଳ ସମିତି ସୁପାରିସ କରିଛନ୍ତି। ସଂସଦ ପରିସରରେ କୋଭିଡ-୧୯ ପ୍ରୋଟକଲର କଡାକଡି ପାଳନ ସର୍ତ୍ତରେ ଏହି ସୁପାରିସ କରାଯାଇଥିବା ବେଳେ ଅଧିବେଶନ କାଳରେ ସଂସଦକୁ ପ୍ରବେଶ କରିବାକୁ ଥିବା ପ୍ରତ୍ୟେକ ବ୍ୟକ୍ତି ଅନୁନ୍ୟ ଗୋଟିଏ ଡୋଜ କୋଭିଡ ଟିକା ନିଶ୍ଚିତ ନେଇଥିବେ ବୋଲି କୁହାଯାଉଛି।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ପଟେଲ ଗତମାସରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇରେ ନିୟମିତ ସମୟରେ ହେବ ବୋଲି ଆଶାବ୍ୟକ୍ତ କରିଥିଲେ। ଜେବେଠୁ ଦେଶକୁ କରୋନା ଭାଇରସ ମହାମାରୀ ଆସିଲାଣି ସଂସଦର ପ୍ରତ୍ୟେକ ଅଧିବେଶନ ଅବଧି ହ୍ରାସ କରାଯାଇଥିଲା। ତେବେ ଅତ୍ୟାଧିକ ସଂକ୍ରମଣ କାରଣରୁ ଗତବର୍ଷର ଶୀତ ଅଧିବେଶନ ବାତିଲ ହୋଇଥିବା ବେଳେ ମୌସୁମୀ ଅଧିବେଶନ ଜୁଲାଇ ବଦଳେ ସେପ୍ଟେମ୍ବରରେ ଅନୁଷ୍ଠିତ ହୋଇଥିଲା।

ସଂସଦୀୟ କମିଟିଙ୍କ ସୁପାରିଶ ଗୃହୀତ ହେଲେ ଅଧିବେଶନ ତିଥି ଓ କାର୍ଯ୍ୟଦିବସ ସମ୍ପର୍କରେ ସଂସଦ ସଚିବଙ୍କ କାର୍ଯ୍ୟାଳୟ ସଚିତ କରିବେ। ତେବେ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖରେ ସମାପ୍ତ ହେବ ବୋଲି ଆକଳନ କରାଯାଉଛି। କଂଗ୍ରେସ ରାଜ୍ୟସଭା ସାଂସଦ ଶକ୍ତିସିଂହ ଗୋହିଲ ମଧ୍ୟ ଏତ ଟ୍ୱିଟ୍‌ ବାର୍ତ୍ତାରେ ଏହି ଆକଳନ କରିଛନ୍ତି।

   Related Posts