Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ, ସବୁ ସାଂସଦଙ୍କୁ ନେବାକୁ ହେବ ଟିକା

29/06/2021 at 3:51 PM

ନୂଆଦିଲ୍ଲୀ ୨୯।୬: ସଂସଦର ମୌସୁମୀ ଅଧିବେଶନ ୧୯ ଜୁଲାଇରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିପାରେ। ମଙ୍ଗଳବାର ଏହି ସୂଚନା ମିଳିଛି। ସୂତ୍ରାନୁସାରେ ପାଖାପଖି ଏକମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ କାଳରେ ଅନୁନ୍ୟ ୨୦ଟି ବୈଠକ ହେବ। ସଂସଦର ଏହି ଅଧିବେସନ ପ୍ରାୟତଃ ଜୁଲାଇ ତୃତୀୟ ସପ୍ତାହ ବେଳକୁ ଆରମ୍ଭ ହୋଇଥାଏ ଓ ସ୍ୱାଧୀନତା ଦିବସ ପାଖାପାଖି ଶେଷ ହୁଏ। ଏଣୁ ସଂସଦୀୟ ବ୍ୟାପାର ସମ୍ପର୍କିତ ମନ୍ତ୍ରୀମଣ୍ଡଳ କମିଟି ଆଗାମୀ ସଂସଦ ସତ୍ର ଲାଗି ସୁପାରିଶ କରିଥିବା ଜଣାପଡିଛି।

ତେବେ ସଂସଦ ଅଧିବେଶନରେ କୋଭିଡ-୧୯ ସମ୍ପର୍କିତ ସମସ୍ତ ପ୍ରୋଟକଲର କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି। ଏଥିରୁ ସଂସଦ ଅଧିବେଶନ ଆରମ୍ଭ ବେଳକୁ ଭବନ ପରିସରକୁ ପ୍ରବେଶ କରିବାକୁ ଥିବା ସମସ୍ତ ମନ୍ତ୍ରୀ, ସାଂସଦ ଓ ଅଧିକାରୀ, କର୍ମଚାରୀ ଟିକାର ଅନୁନ୍ୟ ଗୋଟିଏ ଗୋଟିଏ ଡୋଜ ନେଇ ସାରିଥିବେ ବୋଲି ଆଶା କରାଯାଉଛି। ଦେଶରେ କରୋନା ଦ୍ୱିତୀୟ ଲହରର ପ୍ରକୋପ କ୍ରମଶଃ ଥମି ଆସୁଥିବା ପରି ଲାଗୁଛି। ପ୍ରାୟ ୧୦୨ ଦିନ ପରେ ଏବେ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାରରୁ କମ୍‌ ହେଉଥିବା ଦେଖାଯାଉଛି।

ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ପ୍ରାୟ ୭୭ ଦିନ ପରେ କରୋନା ମୃତ୍ୟୁ ସଂଖ୍ୟା ଦେଶରେ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୯୦୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଂକ୍ରମଣ ଯୋଗୁ ମୃତ୍ୟୁର ଏହା ସର୍ବନିମ୍ନ ସଂଖ୍ୟା ବୋଲି କୁହାଯାଇଛି। ଦେଶରେ ଏପର୍ଯ୍ୟନ୍ତ  ୩୨.୯୦ କୋଟି ଲୋକଙ୍କ କରୋନା ଟିକାକରଣ ହୋଇସାରିଲାଣି।

   Related Posts