ଆସନ୍ତା କାଲିଠୁ ପାର୍ଲାମେଣ୍ଟର ବଜେଟ ଅଧିବେଶନ: ୧ ତାରିଖରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ, ନିର୍ବାଚନକୁ ଆଖି ଆଗରେ ରଖି ଭଣ୍ଡାର ଖୋଲିଦେବେ ମୋଦି!

Published By : Prameya-News7 Bureau | January 30, 2019 IST

ଭୁବନେଶ୍ବର୩୦|୧: ପାର୍ଲାମେଣ୍ଟର ବଜେଟ ଅଧିବେଶ ଆସନ୍ତାକାଲି ଆରମ୍ଭ ହେଉଛି। ନିର୍ବାଚନ ପୂର୍ବରୁ ଅନ୍ତରୀଣ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ। ତେବେ ବଜେଟକୁ ନେଇ ସରକାରଙ୍କ ପାଖରୁ ଅନେକ କିଛି ଆଶା ଲୋକଙ୍କ ପାଖରୁ ରହିଛି।

{"id":79885}

ପାର୍ଲାମେଣ୍ଟର ବଜେଟ ଅଧିବେଶନ। ୪ ମାସ ପାଇଁ ବଜେଟ। କିନ୍ତୁ ନିର୍ବାଚନୀ ବଜେଟ। ୧ ତାରିଖରେ ଅର୍ଥମନ୍ତ୍ରୀ ପିୟୂଷ ଗୋୟାଲ ବଜେଟ ଉପସ୍ଥାପନ କରିବେ। ତେବେ ବଜେଟକୁ ନେଇ ବିଭିନ୍ନ ମହଲରୁ ନାନାଦି ପ୍ରଶ୍ନ ଆସିଛି। ଚର୍ଚ୍ଚା ହେବାରେ ଲାଗିଛି ମୋଦି ସରକାର ପରମ୍ପରା ଭାଙ୍ଗି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ କି?  ଯାହାକୁ କିନ୍ତୁ ବିରୋଧୀ ନାପସନ୍ଦ କରୁଛନ୍ତି। ଏହା ସମ୍ବିଧାନ ବିରୋଧୀ ବୋଲି କହିଛନ୍ତି।

{"id":79886}

ଅବଶ୍ୟ ଆଜି ଅର୍ଥମନ୍ତ୍ରୀ ଦାୟିତ୍ବ ନେଇଥିବା ପିୟୂଷ ଗୋୟାଲ ସୂଚନା ଦେଇଛନ୍ତି ସରକାର ଅନ୍ତରୀଣ ବଜେଟ ହିଁ ଆଣିବେ। ତେବେ ଏହି ବଜେଟକୁ ନେଇ ସରକାର ଖୁବ ସତର୍କ ରହିବେ। କାରଣ ଆଗକୁ ରହିବ ନିର୍ବାଚନ। ଗ୍ରାମାଞ୍ଚଳ ଏବଂ ସ୍ମଲସ୍କେଲ ବିଜନେସ ୟୁନିଟ ସରକାରଙ୍କ ଫୋକସରେ ରହିବ। ଆଞ୍ଜେଲ ଟ୍ୟାକ୍ସ ଉଚ୍ଛେଦ କରାଯାଇପାରେ।  ସେହିପରି ଚାଷୀଙ୍କ ପାଇଁ ମଧ୍ୟ ସରକାର କିଛି ଘୋଷଣା କରିପାରନ୍ତି । ମଧ୍ୟବିତ୍ତଙ୍କ ପାଇଁ କର ରିହାତି ଦେଇପାରନ୍ତି । ସେହିପରି ରେଳ ବଜେଟ ଆକର୍ଷଣର କେନ୍ଦ୍ରରେ ରହିବ।  ସେପଟେ କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଦାବି ଜିଡିପିରୁ ୨ ପ୍ରତିଶତ ପ୍ରତିରକ୍ଷା କ୍ଷେତ୍ର ପାଇଁ ବନ୍ଦୋବସ୍ଥ କରାଯାଉ।

{"id":79887}

ବଜେଟ ସେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ। ବାଚସ୍ପତି ସଂଧ୍ୟାରେ ଡାକିଛନ୍ତି ବୈଠକ, ଅଧିବେଶନ ଫେବ୍ରୁଆରି ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ।

{"id":79888}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.